କୋଣାର୍କ: ସମୁଦ୍ର ଉପକୂଳରେ ମରିପଡ଼ିଛନ୍ତି ଜେଲିଫିସ୍‌

କୋଣାର୍କ: ଗତ ଦୁଇ, ତିନି ଦିନ ଧରି ପୁରୀ ଜିଲ୍ଲାର ପୁରୀ, କୋଣାର୍କ ଓ ଅସ୍ତରଙ୍ଗ ଉପକୂଳରେ ମୃତ ଜେଲିଫିସ୍‌ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହିସବୁ ଜେଲିଫିସ୍‌ ‘ବଟନ୍’ ପ୍ରଜାତିର ବୋଲି ଜଣାପଡ଼ିଛି।

ତେବେ କେଉଁ କାରଣ ପାଇଁ ସମୁଦ୍ରରୁ ଏତେ ସଂଖ୍ୟାରେ ଜେଲିଫିସ୍‌ କୂଳରେ ମରି ପଡ଼ିଛନ୍ତି ସେ ସମ୍ପର୍କରେ କିଛି ଜଣାପଡ଼ି ନାହିଁ।