କଟକ: ଦେଶରେ ନିଖୋଜ ଶିଶୁଙ୍କୁ ଠାବ କରିବା ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନୂଆବର୍ଷରୁ ଆରମ୍ଭ କରୁଛି ଅପରେସନ୍ ସ୍ମାଇଲ-ଟୁ। ରାଜ୍ୟରେ ଏହି ଅପରେସନ୍ ପ୍ରସ୍ତୁତ ପାଇଁ ଆଜି କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଏକ ବୈଠକ ଡ଼କାଯାଇଛି। ଏଥିରେ ପୋଲିସ ଡିଜି କେବି ସିଂଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଅଧିକ ପୋଲିସ୍ ଅଧିକାରୀ ଯୋଗ ଦେବେ।
ଚଳିତ ବର୍ଷ ଏହି ଯୋଜନା ଓଡ଼ିଶାରେ ବେଶ୍ ସଫଳ ହୋଇଥିଲା। ଏହି ଦୃଷ୍ଟିରୁ ସ୍ମାଇଲ୍-ଟୁକୁ ଯେପରି ସଫଳତା ମିଳିବ ସେଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ। ଷ୍ଟେସନ, ବସ୍ ଷ୍ଟାଣ୍ଡ୍, ହୋଟେଲ ଓ ଢାବା ଆଦି ସ୍ଥାନରେ କାମ କରୁଥିବା ଏବଂ ଭିକ୍ଷା ବୃତ୍ତିରେ ନିୟୋଜିତ ଥିବା କୋମଳମତି ଶିଶୁଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଯିବ।
ଅପରେସନ୍ ସ୍ମାଇଲ୍-୧ ଜରିଆରେ ଦେଶର ବିଭିନ୍ନ ସ୍ଥାନରୁ ନିଖୋଜ ପ୍ରାୟ ୩୦ ହଜାର ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେହିପରି ୯ଶହରୁ ଅଧିକ ଓଡ଼ିଆ ଶିଶୁଙ୍କୁ ଉଦ୍ଧାର କରିଛି ରାଜ୍ୟ ପୋଲିସ୍।ଉଦ୍ଧାର ଶିଶୁ ତାଲିକାରେ ଯାଜପୁର ଜିଲ୍ଲା ସବୁଠାରୁ ଆଗରେ ଥିବାବେଳେ କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲା ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ NSUIର ବାଜିମାତ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଧ୍ୟକ୍ଷ ଓ ଯୁଗ୍ମ ସମ୍ପାଦକ ପଦ ଜିତିଲା ଏନଏସୟୁଆଇ। ଉପାଧ୍ୟକ୍ଷ ଓ ସଚିବ ପଦରେ ଏବିଭିପିର ବିଜୟ।
National
ଦିଲ୍ଲୀ ପ୍ରଦୂଷଣ: ସ୍କୁଲ ଖୋଲିବା ଉପରେ CAQM ନେବ ନିଷ୍ପତ୍ତି, ଶ୍ରମିକଙ୍କୁ ମିଳୁ ଭତ୍ତା
ବାୟୁ ପ୍ରଦୂଷଣ ଭିତରେ ଦିଲ୍ଲୀରେ ସ୍କୁଲ ଖୋଲିବା ନିଷ୍ପତ୍ତି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଉପରେ ଛାଡ଼ିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନିର୍ମାଣ କାର୍ଯ୍ୟ ବନ୍ଦ ଥିବାରୁ ଶ୍ରମିକମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ।
National
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସମ୍ବିଧାନରୁ ହଟିବନି 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ
ସମ୍ବିଧାନରୁ 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ ଜରିଆରେ ଏହି ଶବ୍ଦ ଯୋଡ଼ାଯାଇଥିଲା।
Business
ଆଦାନୀ ଗ୍ରୁପ୍ ଦାନକୁ ବି ନା; ୧୦୦ କୋଟି ଟଙ୍କା ଫେରାଇବେ ତେଲାଙ୍ଗାନା ସରକାର
ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଆଦାନୀ ଗ୍ରୁପ୍ ତେଲାଙ୍ଗାନାକୁ ୧୦୦କୋଟି ଟଙ୍କା ଦାନ କରିଥିଲେ।
National
ଦିଲ୍ଲୀ ପ୍ରଦୂଷଣ; ଚେକ୍ ପୋଷ୍ଟରେ ଜଗୁନି ପୁଲିସ, ତାତିଲେ ସୁପ୍ରିମକୋର୍ଟ
ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ସହରରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି। ହେଲେ ଏସବୁକୁ ତଦାରଖ କରିବା ପାଇଁ ସହରର ଚେକ୍ ପୋଷ୍ଟରେ ନାହାନ୍ତି ପୁଲିସ ଅଧିକାରୀ।