ଚଳୁ ହୋଇଗଲା ଅନୁଦାନ: ଦୟନୀୟ ଅବସ୍ଥାରେ ହେଉଛି ଶିକ୍ଷାଦାନ

ଭଦ୍ରକ ( ତପନ  ସ୍ୱାଇଁ): କଥାରେ ଅଛି ସରକାରକା ମାଲ୍, ଦରିଆ ମେ ଡାଲ୍ । କିନ୍ତୁ ଏ କ୍ଷେତ୍ରରେ ସରକାର୍ କା ମାଲ୍, ପକେଟ୍ ମେ ଡାଲ୍ ।  ଏପରି ସ୍ଥିତି ଦେଖିବାକୁ ମିଳିଛି  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ରେ।  ବ୍ଲକ୍‌ର ବହୁ ସ୍କୁଲ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ଏଥିଲାଗି ଆସିଥିବା ଲକ୍ଷାଧିକ ଟଙ୍କାକୁ ଚଳୁ କରି ଦିଆଯାଇଥିବା ଅଭିଯୋଗ ହୋଇଛି। ବ୍ଲକର ୧୬ଟି ସ୍କୁଲର ଅତିରିକ୍ତ ସ୍କୁଲ୍ ଘର, ପାଇଖାନା ଓ […]

school-2-1-1

school-2-1-1

Niharika Rout
  • Published: Wednesday, 07 August 2019
  • Updated: 07 August 2019, 02:39 PM IST

Sports

Latest News

ଭଦ୍ରକ ( ତପନ  ସ୍ୱାଇଁ): କଥାରେ ଅଛି ସରକାରକା ମାଲ୍, ଦରିଆ ମେ ଡାଲ୍ । କିନ୍ତୁ ଏ କ୍ଷେତ୍ରରେ ସରକାର୍ କା ମାଲ୍, ପକେଟ୍ ମେ ଡାଲ୍ ।  ଏପରି ସ୍ଥିତି ଦେଖିବାକୁ ମିଳିଛି  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ରେ।  ବ୍ଲକ୍‌ର ବହୁ ସ୍କୁଲ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ଏଥିଲାଗି ଆସିଥିବା ଲକ୍ଷାଧିକ ଟଙ୍କାକୁ ଚଳୁ କରି ଦିଆଯାଇଥିବା ଅଭିଯୋଗ ହୋଇଛି।

ବ୍ଲକର ୧୬ଟି ସ୍କୁଲର ଅତିରିକ୍ତ ସ୍କୁଲ୍ ଘର, ପାଇଖାନା ଓ ରୋଷେଇଘର ପାଇଁ  ଆସିଥିବା ଅନୁଦାନରୁ ପ୍ରାୟ ୬୦ ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି । ଏଥିନିମନ୍ତେ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକାକୁ ସ୍ଥାନୀୟ ଲୋକେ ଦାୟୀ କରିଥିବା ବେଳେ, ସ୍କୁଲ ଘର ନଥିବାରୁ ଦୟନୀୟ ଅବସ୍ଥାରେ ଚାଲିଛି ଶିକ୍ଷାଦାନ।

ସର୍ବ ଶିକ୍ଷା ଯୋଜନାରେ  ଚାନ୍ଦବାଲି ବ୍ଲକ ଭାଟପଡ଼ା ସହଦେବ ଦାସ ପାଟଣା ସ୍କୁଲ୍ ଘର ତିଆରି ପାଇଁ ୨୦୧୩ରେ  ୩ ଲକ୍ଷ ୭ ହଜାର ୫୦୦ ଟଙ୍କା  ଆସିଥିଲା। ଏଥିସହିତ ରୋଷେଇ ଘର ଓ ପାଇଖାନା ତିଆରି ପାଇଁ ଲକ୍ଷାଧିକ ଟଙ୍କା ଜମା ହୋଇଥିଲା। ସ୍କୁଲ ପକ୍ଷରୁ କିଛି କିଛି କରି ସବୁ ଟଙ୍କା ଉଠାଣ ବି ସରିଛି । କିନ୍ତୁ ସ୍କୁଲ୍ ଓ ପାଇଖାନା ଘରକୁ ଦେଖିଲେ ଆପଣ ଜାଣି ପାରିବେ ବାସ୍ତବ ଚିତ୍ର ।  କେତେ ଟଙ୍କା ସ୍କୁଲର ଉନ୍ନୟନ କାମ ଲାଗି ଖର୍ଚ୍ଚ ହୋଇଛି ଓ କେତେ ଚଳୁ ହୋଇଛି, ତାହା ଜଳ ଜଳ ଦିଶୁଛି।

ସେପଟେ  ଚରଦିଆ ସ୍କୁଲ ପୂର୍ବତନ ପ୍ରଧାନ ଶିକ୍ଷକ ୨୦୧୫ରେ ସର୍ବଶିକ୍ଷା ଅଭିଯାନ ଡିପିସିଙ୍କୁ ଅଣ୍ଡରଟେକିଂ ଲେଖିକରି ଦେଇଥିଲେ।  ଯେଉଁଥିରେ ସେ ନିଜେ ପ୍ରାୟ ୭ ଲକ୍ଷ ଟଙ୍କା ଉଠାଇଥିବା ସ୍ୱୀକାର କରିବା ସହ ୭ ଦିନ ଭିତରେ କାମ ସମ୍ପୂର୍ଣ୍ଣ କରିବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।  କିନ୍ତୁ ଏହାର ୪ ବର୍ଷ ପରେ ବି ସ୍କୁଲ ଛାତର ଚିହ୍ନବର୍ଣ୍ଣ ନାହିଁ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବର୍ତ୍ତମାନର ପ୍ରଧାନ ଶିକ୍ଷକ ଓ ଗ୍ରାମବାସୀ ।

ଚାନ୍ଦବାଲି ବ୍ଲକ  ପାଇକରାୟପୁର ସ୍କୁଲ ଅବସ୍ଥା ମଧ୍ୟ ତଦ୍ରୂପ। ଶିକ୍ଷାଦାନ ଚାଲିଥିବା ବେଳେ ସ୍କୁଲ ମଧ୍ୟରେ ଷଣ୍ଢ-କୁକୁରଙ୍କ  ଅବାଧ  ବିଚରଣ ଚାଲିଛି।  ସର  ମାଳିସାହି, ମହୁଲିଆ , ଆମ୍ବିଳିଗାଁ, ବଡ଼ସିଂପୁର, ଚଷାଖଣ୍ଡ, ପାଞ୍ଚପଡ଼ା, ମୂଳକାଏମା ଭଳି ୧୬ଟି ସ୍କୁଲ୍‌ରେ  ସମାନ ଅବସ୍ଥା। । ବିପଦସଙ୍କୁଳ ଶ୍ରେଣୀଗୃହ ନଚେତ୍ ସ୍କୁଲ ବାରଣ୍ଡାରେ ପଢ଼ୁଛନ୍ତି ପିଲା ।

ସବୁ ସ୍କୁଲ୍‌ର ତତ୍କାଳୀନ ପ୍ରଧାନ ଶିକ୍ଷକଙ୍କ ବଦଳି ହୋଇସାରିଥିବା ବେଳେ ଆଉ କେତେକ ବର୍ତ୍ତମାନର ପ୍ରଧାନଶିକ୍ଷକଙ୍କୁ ପାସ୍‌ବୁକ୍‌ ଓ ଅନ୍ୟ ଦସ୍ତାବିଜ ହସ୍ତାନ୍ତର କରୁନଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ଏସବୁର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story