ଶ୍ରୀମନ୍ଦିର ଭିତରେ ଯୌନ ନିର୍ଯାତନା, ବନ୍ଧା ହେଲେ ଯାତ୍ରୀ ଗୁମାସ୍ତା

ପୁରୀ(ଓଡ଼ିଶା ରିପୋର୍ଟର): ନାବାଳକଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ସହଯୋଗୀ ତଥା ଯାତ୍ରୀ ଗୁମାସ୍ତା ଗିରଫ। ଗିରଫ ଯାତ୍ରୀ ଗୁମାସ୍ତା ଜଣକ ହେଲେ ହରଚଣ୍ଡିସାହିର ୪୨ ବର୍ଷିୟ ସୁଦର୍ଶନ ମିଶ୍ର। ସୂଚନା ମୁତାବକ, ଶ୍ରୀମନ୍ଦିର ଭିତରେ ପୂଜା ପଣ୍ଡା ନିଯୋଗ ଦ୍ୱାରା ପରିଚାଳିତ ସଂସ୍କୃତ ଟୋଲ୍‌ରେ ବେଦ ଶିକ୍ଷା କରୁଥିବା ଜଣେ ୧୩ ବର୍ଷିୟ ନାବାଳକଙ୍କୁ ସୁଦର୍ଶନ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆସିିଥିଲା। ଯେତେବେଳେ ସୁଯୋଗ ପାଉଥିଲେ, ସୁଦର୍ଶନ ତାଙ୍କୁ ଜବରଦସ୍ତି […]

srimandir

srimandir

Niranjan Mishra
  • Published: Friday, 07 October 2022
  • Updated: 07 October 2022, 04:12 PM IST

ପୁରୀ(ଓଡ଼ିଶା ରିପୋର୍ଟର): ନାବାଳକଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ସହଯୋଗୀ ତଥା ଯାତ୍ରୀ ଗୁମାସ୍ତା ଗିରଫ। ଗିରଫ ଯାତ୍ରୀ ଗୁମାସ୍ତା ଜଣକ ହେଲେ ହରଚଣ୍ଡିସାହିର ୪୨ ବର୍ଷିୟ ସୁଦର୍ଶନ ମିଶ୍ର।

ସୂଚନା ମୁତାବକ, ଶ୍ରୀମନ୍ଦିର ଭିତରେ ପୂଜା ପଣ୍ଡା ନିଯୋଗ ଦ୍ୱାରା ପରିଚାଳିତ ସଂସ୍କୃତ ଟୋଲ୍‌ରେ ବେଦ ଶିକ୍ଷା କରୁଥିବା ଜଣେ ୧୩ ବର୍ଷିୟ ନାବାଳକଙ୍କୁ ସୁଦର୍ଶନ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆସିିଥିଲା। ଯେତେବେଳେ ସୁଯୋଗ ପାଉଥିଲେ, ସୁଦର୍ଶନ ତାଙ୍କୁ ଜବରଦସ୍ତି କୌଣସି ଆଢୁଆଳକୁ ଟେକି ନେଇ ଯୌନ ନିର୍ଯାତନା ଦେଉଥିଲେ ବୋଲି ସଂପୃକ୍ତ ନାବାଳକ ଜଣକ ଅଭିଯୋଗ କରିଥିଲେ। ଗତ ଦେଢ଼ ମାସ ଧରି ସେ ଏପରି କରୁଥିବା ନେଇ ନାବାଳକ ଜଣକ କହିଛନ୍ତି।

ମଙ୍ଗଳବାର ଦିନ ନିଳାଦ୍ରୀ ବିହାର ମ୍ୟୁଜିୟମ ପାଖରେ ଯୌନ ନିର୍ଯାତନା ଦେବା ପରେ ନାବାଳକ ଜଣକ ସିଂହଦ୍ୱାର ଥାନାକୁ ଆସି ଏତଲା ଦେଇଥିଲେ। ତେବେ ପୁରୀ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା କହିଛନ୍ତି, ସଂପୃକ୍ତ ନାବାଳକକୁ ଯୌନ ନିର୍ଯାତନା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରେ ଯାତ୍ରୀ ଗୁମାସ୍ତା ସୁଦର୍ସନ ମିଶ୍ରଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos