ରାଜ୍ୟ ବଜେଟ୍‌ ପାଇଁ ଆସନ୍ତାକାଲି ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ୨୦୧୭-୧୮ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍‌ ପାଇଁ ଆସନ୍ତାକାଲି ସର୍ବଦଳୀୟ  ବୈଠକ ବସିବ। ବାଚସ୍ପତି ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ବଜେଟ୍‌ର ରୂପରେଖ ନେଇ ଆଲୋଚନା ହେବ। ଦୁଇ ମାସିଆ କାମଚଳା ବଜେଟ୍‌ ନା ପୂର୍ଣ୍ଣାଙ୍ଗ ବଜେଟ୍‌ ଅଣାଯିବ ସେ ନେଇ ହୋଇପାରେ ଆଲୋଚନା। ବଜେଟ୍ ସେସନ୍‌ କେବେଠାରୁ ଆରମ୍ଭ ହେବ ସେନେଇ ବୈଠକରେ ଆଲୋଚନା ହୋଇପାରେ । କେନ୍ଦ୍ର ସରକାର ଫେବୃୟାରୀ ପହିଲାରରେ ସାଧାରଣ ବଜେଟ୍‌ ଆଣିବା ସମ୍ଭାବନା ଅଧିକ।

୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଆଗତ ହେବା ବେଳେ କେନ୍ଦ୍ର ସରକାର ବଜେଟ୍‌ ଆଣି ନ ଥିବାରୁ ରାଜ୍ୟ ଦୁଇ ମାସିଆ କାମଚଳା ବଜେଟ କରିଥିଲା।