ଖୋର୍ଦ୍ଧା ସମେତ ୧୨ ଜିଲ୍ଲାରେ ହେବ ସେରୋ ସର୍ଭେ, ଆରଏମଆରସିକୁ ଦେଲେ ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଉଥିବାବେଳେ ଆଜି ଗୋଟିଏ ଦିନରେ ୧୦୪ଜଣ ଶିଶୁ କରୋନା ସଂକ୍ରମିତ ହେବାପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ପିଲାଙ୍କ ପାଇଁ କୋଭିଡ୍ ଟିକା ଆସିନଥିବାରୁ ସେମାନଙ୍କୁ ସୁରକ୍ଷିତ ପରିବେଶ ମଧ୍ୟରେ ରଖିବା ପାଇଁ ସରକାର ପରାମର୍ଶ ଦେଇଥିବାବେଳେ ୧୨ଟି ଜିଲ୍ଲାରେ ସ୍ୱାସ୍ଥ୍ୟକର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସେରୋ ସର୍ଭେ କରିବା ପାଇଁ ଆଜି ଆରଏମଆରସିକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ […]

sero

sero

Ordigital Desk
  • Published: Monday, 16 August 2021
  • Updated: 17 August 2021, 04:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଉଥିବାବେଳେ ଆଜି ଗୋଟିଏ ଦିନରେ ୧୦୪ଜଣ ଶିଶୁ କରୋନା ସଂକ୍ରମିତ ହେବାପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ପିଲାଙ୍କ ପାଇଁ କୋଭିଡ୍ ଟିକା ଆସିନଥିବାରୁ ସେମାନଙ୍କୁ ସୁରକ୍ଷିତ ପରିବେଶ ମଧ୍ୟରେ ରଖିବା ପାଇଁ ସରକାର ପରାମର୍ଶ ଦେଇଥିବାବେଳେ ୧୨ଟି ଜିଲ୍ଲାରେ ସ୍ୱାସ୍ଥ୍ୟକର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସେରୋ ସର୍ଭେ କରିବା ପାଇଁ ଆଜି ଆରଏମଆରସିକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଭୁବନେଶ୍ୱରସ୍ଥିତ ଆରଏମଆରସି ନିର୍ଦ୍ଦେଶିକାଙ୍କୁ ଚିଠି ଲେଖି ୧୨ଟି ଜିଲ୍ଲା ଯଥା- ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ସାଧାରଣ ଲୋକ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ମଧ୍ୟରେ ଏସଏଆରଏସ-ସିଓଭି-୨ ଆଣ୍ଟିବଡ଼ି ପ୍ରତିରୋଧକ କେତେ ପରିମାଣର ସୃଷ୍ଟି ହୋଇଛି ଓ ବୟସ ଅନୁପାତରେ ଏହା କିଭଳି ରହିଛି ତାହା ଆକଳନ କରିବାକୁ ସରକାର ଅନୁମତି ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ୫୭.୭୦ଲକ୍ଷ ଟଙ୍କା ବ୍ୟୟବରାଦ କରିଥିବା ଜଣାଇଛନ୍ତି। ତେବେ କେବେଠୁ ଏହି ସେରୋ ସର୍ଭେ ଆରମ୍ଭ ହେବ ତାହା ଜଣାପଡ଼ିନି।

ଅନ୍ୟପକ୍ଷରେ ରାଜ୍ୟ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ, କୋଭିଡ୍ ନିୟମ ମାନି ଚଳିଲେ ହିଁ ଶିଶୁମାନଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ବ୍ୟାପିବାକୁ ରୋକାଯାଇପାରିବ। ଆମକୁ ପ୍ରଥମେ ନିଜର ପିଲାମାନଙ୍କୁ ସୁରକ୍ଷିତ ପରିବେଶ ମଧ୍ୟରେ ରଖିବାକୁ ପଡ଼ିବ। ଟିକା ଦେଇ ସେମାନଙ୍କୁ ସୁରକ୍ଷିତ ରଖିବାର ସୁଯୋଗ ଏପର୍ଯ୍ୟନ୍ତ ଆସି ନାହିଁ। ତେଣୁ ସ୍କୁଲର ଶିକ୍ଷକ ଓ କର୍ମଚାରୀମାନଙ୍କର ଟିକାକରଣ କରି ପିଲାମାନଙ୍କୁ ସୁରକ୍ଷିତ ରଖିବାକୁ ପଡ଼ିବ। ଟିକାକରଣ ହେଲେ ସେମାନେ ଆଉ ସଂକ୍ରମିତ କରିବେ ନାହିଁ ଓ ପିଲାମାନେ ସୁରକ୍ଷିତ ରହିପାରିବେ। ସେହିପରି ଅଭିଭାବକମାନେ ମଧ୍ୟ ଘରେ ନିଜ ପିଲାମାନଙ୍କର ଯତ୍ନ ଯେଭଳି ନେବେ ସେଥିପାଇଁ ସଚେତନ କରାଇବାର ଆବଶ୍ୟକତା ରହିଛି । କୋଭିଡ୍ ନିୟମ ମାନି ଚଳିଲେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ଆଶଙ୍କାକୁ ହ୍ରାସ କରାଯାଇ ପାରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story