ସୁଲତାନ୍‌ ଆଜ୍‌ଲାନ୍‌ ଶାହା କପ୍‌: ଆସନ୍ତାକାଲି ପାକିସ୍ତାନକୁ ଭେଟିବ ଭାରତ

ଇଫୋ (ମାଲେସିଆ): ୨୫ ତମ ସୁଲତାନ୍‌ ଆଜ୍‌ଲାନ୍‌ ଶାହା କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଆସନ୍ତାକାଲି ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍‌ରେ ଭାରତ ବିଜୟ ଲାଭ କରି ମେଡାଲ ଜିତିବା ଲକ୍ଷ୍ୟରେ ରହିବ।

ବିଗତ ଦିନରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପାଞ୍ଚଥର ବିଜୟୀ ହୋଇଛି। ଗତ ବର୍ଷ ଦଳ ମଧ୍ୟ ବ୍ରୋଞ୍ଚ ପଦକ ହାସଲ କରିଥିଲା। ଚଳିତ ବର୍ଷ ଦଳରେ ବହୁ ଯୁବ ଖେଳାଳି ରହିଥିବାରୁ ବଗତ ବର୍ଷଠାରୁ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି ଦଳ।

ସର୍ଦ୍ଦାର ସିଂହଙ୍କ ନେତୃତ୍ୱରେ ଗତକାଲି କାନାଡାକୁ ୩-୧ରେ ପରାଜିତ କରିଥିଲା ଭାରତ।