ଟିଭି ପରଦାରେ ଆଉ ଆସିବନି ‘ପହରେଦାର ପିଆ କୀ’

ମୁମ୍ୱାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ବିବାଦୀୟ ଧାରାବାହିକ ‘ପହରେଦାର ପିୟା କୀ’ର ପ୍ରସାରଣକୁ ବନ୍ଦ କରି ଦିଆଯାଇଛି। ଚ୍ୟାନେଲ୍ ପକ୍ଷରୁ ଏହି ଘୋଷଣା କରାଯାଇଛି। ଗତ ମାସରୁ ଆରମ୍ଭ ହୋଇଥିବା ସିରିଏଲକୁ ନେଇ ମୂଳରୁ ବିବାଦ ଦେଖା ଦେଇଥିଲା। ବିଭିନ୍ନ ଆଡ଼ୁ ଚାପ ପଡ଼ିବା ପରେ ଏହାର ପ୍ରସାରଣ ସମୟ ବଦଳାଇବାକୁ କୁହାଯାଇଥିଲା। ପୂର୍ବରୁ ଏହା ରାତି ସାଢ଼େ ଆଠଟାରେ ପ୍ରସାରିତ ହେଉଥିଲା। ସମୟ ବଦଳାଇବାକୁ ନିର୍ଦ୍ଦେଶ ପାଇବା ପରେ ଏହାକୁ ରାତି ସାଢ଼େ ଦଶଟାକୁ […]

Rakesh Mallick
  • Published: Thursday, 31 August 2017
  • , Updated: 31 August 2017, 02:22 PM IST

ମୁମ୍ୱାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ବିବାଦୀୟ ଧାରାବାହିକ ‘ପହରେଦାର ପିୟା କୀ’ର ପ୍ରସାରଣକୁ ବନ୍ଦ କରି ଦିଆଯାଇଛି। ଚ୍ୟାନେଲ୍ ପକ୍ଷରୁ ଏହି ଘୋଷଣା କରାଯାଇଛି। ଗତ ମାସରୁ ଆରମ୍ଭ ହୋଇଥିବା ସିରିଏଲକୁ ନେଇ ମୂଳରୁ ବିବାଦ ଦେଖା ଦେଇଥିଲା। ବିଭିନ୍ନ ଆଡ଼ୁ ଚାପ ପଡ଼ିବା ପରେ ଏହାର ପ୍ରସାରଣ ସମୟ ବଦଳାଇବାକୁ କୁହାଯାଇଥିଲା। ପୂର୍ବରୁ ଏହା ରାତି ସାଢ଼େ ଆଠଟାରେ ପ୍ରସାରିତ ହେଉଥିଲା। ସମୟ ବଦଳାଇବାକୁ ନିର୍ଦ୍ଦେଶ ପାଇବା ପରେ ଏହାକୁ ରାତି ସାଢ଼େ ଦଶଟାକୁ ଘୁଞ୍ଚାଇ ଦିଆଯାଇଥିଲା। ତେବେ ସମୟ ବଦଳିବା ପରେ ନିର୍ମାତାଙ୍କୁ କ୍ଷତି ସହିବାକୁ ପଡ଼ିଲା। ତେଣୁ ନିର୍ମାତା ଏହାକୁ ବନ୍ଦ କରି ଦେବାକୁ ନିଷ୍ପତ୍ତି ନେଲେ। ସୋନି ଟିଭି ପକ୍ଷରୁ ଏହି ଧାରାବାହିକ ଅଗଷ୍ଟ ୨୮ରୁ ବନ୍ଦ ହୋଇଯାଇଛି ବୋଲି କୁହାଯାଇଛି।

ଏହି ଧାରାବାହିକରେ ୯ ବର୍ଷର ବାଳକ ରତନ ଏବଂ ୧୯ ବର୍ଷର ଯୁବତୀ ଦିୟାଙ୍କ କାହାଣୀ ଦେଖାଯାଇଥିଲା। ଦୁହେଁ ପତିପତ୍ନୀ ଭାବେ ନଜର ଆସିଥିଲେ। ଏହାକୁ ନେଇ ହିଁ ହଙ୍ଗାମା ହୋଇଥିଲା। ମାମଲା କେନ୍ଦ୍ରୀୟ ମନ୍ତ୍ରୀ ସ୍ମୁତି ଇରାନୀଙ୍କ ପାଖରେ ପହଞ୍ଚିଥିଲା। ସେ ଏହି ମାମଲାର ସମାଧାନ କରିବାକୁ ବିସିସିଆଇକୁ ଦାୟିତ୍ୱ ଦେଇଥିଲେ। ବିସିସିଆଇ ଏହାର ପ୍ରସାରଣ ସମୟ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସମସ୍ୟା ପରେ ସମସ୍ୟା ଯୋଗୁଁ ନିର୍ମାତା ଶୋ’ଟିକୁ ବନ୍ଦ କରି ଦେଇଛନ୍ତି।

Related story