‘ବେଗମ ଜାନ୍‌’ର ଟପ୍‌ ସିକ୍ରେଟ୍‌: ରଙ୍ଗ ନ ବୋଳି ରୂପେଲି ପରଦାକୁ ଆସିବେ କଳାକାର

ମୁମ୍ବାଇ:ଓଠରେ ଲାଗିନି  ଲିପଷ୍ଟିକ୍। ମୁହଁରେ ଲାଗିନି ପାଉଡର କି ରଙ୍ଗର ଛିଟା। ପୂରା ନାଚୁରାଲ ଲୁକ୍। ଗ୍ଲାମର ଜଗତରେ ଏହା ହେଉଛି ନୂଆ ଟ୍ରେଣ୍ଡ। ଅର୍ଥାତ ବିନା ମେକଅପ୍‌ରେ ଫିଲ୍ମ ସୁଟିଂ। କଥାଟା ଟିକେ ଅଡ଼ୁଆ ଲାଗୁଥାଇପାରେ କିନ୍ତୁ ସତ। ଏମିତି କିଛି ନୂଆ କରି ଦେଖେଇବାକୁ ଲକ୍ଷ୍ୟ ରଖଛନ୍ତି ନିର୍ଦେଶକ ସରଜିତ୍‌ ମୁଖାର୍ଜୀ। ବଲିଉଡର ଏହି ନିର୍ଦେଶକଙ୍କ ଅଗାମୀ ଚଳଚ୍ଚିତ୍ର ‘ବେଗମ ଜାନ’ ଆସୁଛି। ଏହି ଫଲ୍ମରେର କଳାକାରମାନେ ବିନା ମେକଅପ୍‌ରେ ସୁଟିଂ କରିଛନ୍ତି। ଏଥିରେର […]

bidya

Rakesh Mallick
  • Published: Saturday, 01 April 2017
  • , Updated: 01 April 2017, 11:03 AM IST

ମୁମ୍ବାଇ:ଓଠରେ ଲାଗିନି  ଲିପଷ୍ଟିକ୍। ମୁହଁରେ ଲାଗିନି ପାଉଡର କି ରଙ୍ଗର ଛିଟା। ପୂରା ନାଚୁରାଲ ଲୁକ୍। ଗ୍ଲାମର ଜଗତରେ ଏହା ହେଉଛି ନୂଆ ଟ୍ରେଣ୍ଡ। ଅର୍ଥାତ ବିନା ମେକଅପ୍‌ରେ ଫିଲ୍ମ ସୁଟିଂ। କଥାଟା ଟିକେ ଅଡ଼ୁଆ ଲାଗୁଥାଇପାରେ କିନ୍ତୁ ସତ। ଏମିତି କିଛି ନୂଆ କରି ଦେଖେଇବାକୁ ଲକ୍ଷ୍ୟ ରଖଛନ୍ତି ନିର୍ଦେଶକ ସରଜିତ୍‌ ମୁଖାର୍ଜୀ। ବଲିଉଡର ଏହି ନିର୍ଦେଶକଙ୍କ ଅଗାମୀ ଚଳଚ୍ଚିତ୍ର ‘ବେଗମ ଜାନ’ ଆସୁଛି।

ଏହି ଫଲ୍ମରେର କଳାକାରମାନେ ବିନା ମେକଅପ୍‌ରେ ସୁଟିଂ କରିଛନ୍ତି। ଏଥିରେର ଲିଡ୍ ରୋଲରେ ଅଛନ୍ତି ବଙ୍ଗୀୟ ଲଳନା ତଥା ବଲିଉଡ୍‌ର ‘ଡାର୍ଟି’ ଗର୍ଲ  ବିଦ୍ୟାବାଲନ। ସରଜିତ୍‌ଙ୍କ ନିଜ ନିର୍ଦେଶିତ ବେଙ୍ଗଲୀ ଫିଲ୍ମ ‘ରାଜକାହାଣୀ’ର ରିମେକ୍‌ ହେଉଛି ବେଗମ ଜାନ । ଅର୍ଥାତ ଏହି ଚ୍ଚଳଚିତ୍ରଟି ହିନ୍ଦୀ ଭର୍ସନରେ ଏକ ନୂଆ ରୂପରେ ଆସିବ। ଏଥିରେ ଚରିତ୍ରକୁ ଜୀବନ୍ତ କରିବା ପାଇଁ ମୁଖ୍ୟ ଅଭିନେତ୍ରୀ ବିଦ୍ୟା ବାଲନଙ୍କୁ ମେକଅପ୍‌ ନ ନେବା ପାଇଁ ପରାମର୍ଶ ଦେଇଥିଲେ ନିର୍ଦେଶକ। କେବଳ  ବିଦ୍ୟାବାଲନ ନୁହଁ ଏଥିରେ ସବୁ କଳାକାରଙ୍କୁ ସେ ସମାନ ପରାମର୍ଶ ଦେଇଛନ୍ତି। ତଥାପି ଲୁଚିଛିପି କେତେକ କଳାକାର ମେକଅପ୍‌ ନେବାକୁ ଉଦ୍ୟମ କରିଥିବାରୁ ନିର୍ଦେଶକ ସେମାନଙ୍କ ଉପରେ ବିଗିଡ଼ିଯାଇଥିଲେ। ଏହି ଫିଲ୍ମର କାହାଣୀ କିଛି ନିଆରା ବୋଲି ନିର୍ଦେଶକ କହିଛନ୍ତି।

Related story