ବାପା ତମେ ଆଉ କାନ୍ଦିବନି!

ବାପା ତମେ ଆଉ ମନ ଦୁଃଖ କରିବନି କି ରାତି ଅଧରେ ବିଛଣାରେ ଶୋଇ କଇଁକଇଁ ହୋଇ କାନ୍ଦିବନି। ବାପା, ବୋଉ ଓ ଭଉଣୀମାନେ ବି ଅଭାବ-ଅନଟନ ଭିତରେ ଆଉ ଦହଗଞ୍ଜ ହେବେନି। କାହିଁକି ନା ବାପାଙ୍କ ଲୁହ ପୋଛିବା ପାଇଁ ଝିଅ ଆଜି ସକ୍ଷମ ହୋଇଛି।