ୟୁଟ୍ୟୁବ୍‌ରେ ରାନୁ ମଣ୍ଡଳଙ୍କୁ କାହିଁକି ଖୋଜୁଛନ୍ତି ଦର୍ଶକ ? ଜାଣନ୍ତୁ ରାଜ୍‌

ମୁମ୍ବାଇ: ବେଶ କିଛି ଦିନର ନିରବତା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗାୟିକା ରାନୁ ମଣ୍ଡଳ। ଷ୍ଟେସନ୍‌ ସିଙ୍ଗରରୁ ରାତାରାତି ବଲିଉଡ୍‌ ସିଙ୍ଗର ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କ ଏକ ଗୀତ ଏବେ ଭାଇରାଲ ହେବାରେ ଲାଗିଛି। ନିକଟରେ ଖୁବ୍‌ ଲୋକପ୍ରିୟ ହାସଲ କରିଥିବା ‘ମାନିକେ ମାଗେ ହିତେ’ ଗୀତଟିକୁ ରାନୁ ମଣ୍ଡଳ ନିଜ ଅନ୍ଦାଜରେ ବୋଲୁଥିବା ବେଳେ ତାହା ଏବେ ଭାଇରାଲ ହେବାରେ ଲାଗିଛି। ଦୁଇ ବର୍ଷ ପୂର୍ବେ ଇଣ୍ଟରନେଟ୍ ସେନ୍‌ସେସନ୍‌ ପାଲଟି ଯାଇଥିଲେ ରାନୁ […]

579

Tapas Behera
  • Published: Wednesday, 29 September 2021
  • , Updated: 29 September 2021, 05:34 PM IST

ମୁମ୍ବାଇ: ବେଶ କିଛି ଦିନର ନିରବତା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗାୟିକା ରାନୁ ମଣ୍ଡଳ। ଷ୍ଟେସନ୍‌ ସିଙ୍ଗରରୁ ରାତାରାତି ବଲିଉଡ୍‌ ସିଙ୍ଗର ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କ ଏକ ଗୀତ ଏବେ ଭାଇରାଲ ହେବାରେ ଲାଗିଛି। ନିକଟରେ ଖୁବ୍‌ ଲୋକପ୍ରିୟ ହାସଲ କରିଥିବା ‘ମାନିକେ ମାଗେ ହିତେ’ ଗୀତଟିକୁ ରାନୁ ମଣ୍ଡଳ ନିଜ ଅନ୍ଦାଜରେ ବୋଲୁଥିବା ବେଳେ ତାହା ଏବେ ଭାଇରାଲ ହେବାରେ ଲାଗିଛି। ଦୁଇ ବର୍ଷ ପୂର୍ବେ ଇଣ୍ଟରନେଟ୍ ସେନ୍‌ସେସନ୍‌ ପାଲଟି ଯାଇଥିଲେ ରାନୁ ମଣ୍ଡଳ। ଲତା ମଙ୍ଗେସ୍କରଙ୍କ ଆଇକନିକ ଗୀତ ‘ଏକ ପ୍ୟାରକା ନଗମା’ ବୋଲି ସମସ୍ତଙ୍କ ଦିଲ୍‌ ଜିତିନେଇଥିଲେ ରାନୁ। ପରେ ତାଙ୍କୁ ମୁମ୍ବାଇର ଏକ ରିଆଲିଟି ସୋ’ରେ ନିଜ ଯାଦୁ ଦେଖାଇବା ପାଇଁ ଡାକରା ଆସିଥିଲା। ଯେଉଁଥିରେ ଜଜ୍‌ ଥିଲେ ହିମେଶ ରେଶମିୟାଁ।  ପରେ ସେ ତାଙ୍କୁ ନିଜ ଷ୍ଟୁଡିଓରେ ଚାନ୍ସ ଦେଥିଲେ। ତେବେ ଦୀର୍ଘ ଦିନ ପରେ ରାନୁ ଗାଉଥିବା ‘ମାନିକେ ମାଗେ ହିତେ’ ଗୀତଟି ୟୁଟ୍ୟୁବ୍‌ରେ ବେଶ ଭାଇରାଲ ହେଉଛି।

https://youtu.be/jFYdjJU59qA

 

ଉକ୍ତ ଗୀତଟିକୁ ଶ୍ରୀଲଙ୍କାର ଜଣେ ଜଣାଶୁଣା ଗାୟକ ୟୋହାନି ଦିଲୋକା ଦେ ସିଲଭା ଗାଇଛନ୍ତି। ୟୋହାନି ନାଁରେ ସେ ବେଶ୍‌ ପରିଚିତ। ୟୋହାନି ଏକାଧାରରେ ଜଣେ ଗାୟକ, ସଙ୍ଗୀତ ଲେଖକ, ରାପର୍‌ ଓ ପ୍ରଯୋଜକ। ସେ ପୂର୍ବରୁ ଅନେକ ଗୀତ ଗାଇ ଶ୍ରୀଲଙ୍କାରେ ପ୍ରଶଂସା ସାଉଣ୍ଟିଛନ୍ତି। ଏବେ ତାଙ୍କର ଏହି ନୂଆ ଗୀତ ଭାରତରେ ତାଙ୍କୁ ଲୋକପ୍ରିୟ କରାଇ ଦେଇଛି। ଏମିତିକି ବଲିଉଡର ମହାନାୟକ ଅମିତାଭ ବଚ୍ଚନ ୟୋହାନିଙ୍କ ପ୍ରଶଂସା କରିଛନ୍ତି।

Related story