ମଞ୍ଜିର ମଞ୍ଜକଥା: ଫିଙ୍ଗନ୍ତୁ ନାହିଁ ଏହି ଛଅ ପ୍ରକାର ଫଳର ମଞ୍ଜି, ଖୁବ୍‌ ଉପକାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଆମେ ଫଳ ଏବଂ ପରିବା ଖାଇବାକୁ ପସନ୍ଦ କରିଥାଉ। ଏସବୁକୁ କାଟି ଖାଇ ସାରିବା ପରେ ଏହାର ମଞ୍ଜିସବୁକୁ ଡଷ୍ଟ୍‌ବିନ୍‌ରେ ଫିଙ୍ଗି ଦେଇଥାଉ। ତେବେ ଏମିତି  କିଛି ମଞ୍ଜି ଅଛି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏପରି ୬ଟି ମଞ୍ଜିବିଷୟରେ କହିବୁ, ଯାହାର ବ୍ୟବହାର ଜାଣିବା ପରେ ଆପଣ ଏଗୁଡ଼ିକୁ ଆଉ ଡଷ୍ଟବିନ୍‌ରେ ଫିଙ୍ଗିବାକୁ ଚାହିଁବେନାହିଁ। ୧.ତରଭୁଜ ମଞ୍ଜି ତରଭୁଜ ଖାଇବାକୁ ଭାରି […]

seeds 2

seeds 2

Ordigital Desk
  • Published: Wednesday, 08 August 2018
  • Updated: 08 August 2018, 03:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଆମେ ଫଳ ଏବଂ ପରିବା ଖାଇବାକୁ ପସନ୍ଦ କରିଥାଉ। ଏସବୁକୁ କାଟି ଖାଇ ସାରିବା ପରେ ଏହାର ମଞ୍ଜିସବୁକୁ ଡଷ୍ଟ୍‌ବିନ୍‌ରେ ଫିଙ୍ଗି ଦେଇଥାଉ।

ତେବେ ଏମିତି  କିଛି ମଞ୍ଜି ଅଛି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏପରି ୬ଟି ମଞ୍ଜିବିଷୟରେ କହିବୁ, ଯାହାର ବ୍ୟବହାର ଜାଣିବା ପରେ ଆପଣ ଏଗୁଡ଼ିକୁ ଆଉ ଡଷ୍ଟବିନ୍‌ରେ ଫିଙ୍ଗିବାକୁ ଚାହିଁବେନାହିଁ।

୧.ତରଭୁଜ ମଞ୍ଜି

Wedge of watermelonତରଭୁଜ ଖାଇବାକୁ ଭାରି ସ୍ୱାଦିଷ୍ଟ। କିନ୍ତୁ ଏହାର ମଞ୍ଜି ସେପରି ନୁହେଁ। କିନ୍ତୁ ତରଭୁଜ ମଞ୍ଜି ଆପଣଙ୍କ ହୃତପିଣ୍ଡକୁ ସୁସ୍ଥ ରଖିବା ସହିତ ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ମଧ୍ୟ ବଢ଼ାଇଥାଏ।

ଏହା ଶରୀରରେ ସୁଗର ବା ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ। ତରଭୁଜ ମଞ୍ଜିକୁ ରାତିରେ ପାଣି ପକାଇ ବତୁରାଇ ଦିଅନ୍ତୁ। ଏହି ମଞ୍ଜିରୁ ଗଜା ବାହାରିବା ପରେ ଏହାକୁ ଖାଆନ୍ତୁ। ଏହି ଗଜା ମଞ୍ଜିକୁ ପ୍ରୋଟିନ୍‌ର ଗନ୍ତାଘର ବୋଲି କୁହାଯାଇଥାଏ।

୨. ଅମୃତଭଣ୍ଡା ମଞ୍ଜି
papaya-seeds-

ଅମୃତଭଣ୍ଡା ମଞ୍ଜିର ସ୍ୱାଦ କଷା ଏବଂ ପିତା ହେଲେ ମଧ୍ୟ ଏଥିରେ କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌ ଏବଂ ଫସ୍‌ଫରସ୍‌ ପରି ଖଣିଜ ଲବଣ ରହିଛି। ଯାହା ଖାଦ୍ୟକୁ ହଜମ କରିବା ପାଇଁ ସାହାଯ୍ୟ କରିଥାଆନ୍ତି।

ଯଦି ଆପଣଙ୍କୁ ଏହି ମଞ୍ଜି ଖାଇବା ପାଇଁ ଭଲ ଲାଗୁନାହିଁ, ତେବେ ଏହି ମଞ୍ଜିକୁ ଔଷଧ ପରି ମହୁରେ ପକାଇ ଖାଆନ୍ତୁ। କିନ୍ତୁ ଗର୍ଭବତୀମାନେ ଏହି ମଞ୍ଜି ଖାଇବାଠାରୁ ଦୂରେଇ ରହନ୍ତୁ। ଏହାକୁ ଖାଇଲେ ଗର୍ଭ ନଷ୍ଟ ହେବାର ଆଶଙ୍କା ରହିଥାଏ।

ଏହା ସହିତ ଏହି ମଞ୍ଜିକୁ ଅଧିକ ମାତ୍ରାରେ ଖାଇଲେ ପୁରୁଷଙ୍କର ପ୍ରଜନନ ଶକ୍ତି ମଧ୍ୟ ପ୍ରଭାବିତ ହୋଇଥାଏ।

୩. କଖାରୁ ମଞ୍ଜି

pumpkin-seeds

କଖାରୁ ମଞ୍ଜିରେ ମ୍ୟାଗ୍ନେସିୟମ୍‌ ଏବଂ ଆଣ୍ଟିବାୟୋଟିକ୍‌ସ୍‌ ରହିଛି। ଏହା କ୍ୟାନ୍‌ସର୍‌ ପରି ବିପଦରୁ ଶରୀରକୁ ରକ୍ଷା କରିବା ସହିତ ମୂତ୍ରାଶୟ ଜନିତ ସମସ୍ୟାରେ ସୁଧାର ଆଣିଥାଏ।
କଖାରୁ ମଞ୍ଜିକୁ ଆପଣ କଞ୍ଚା ମଧ୍ୟ ଖାଇପାରିବେ। ଏହାକୁ ସୁପ୍‌, ଦହି ଏବଂ ସାଲାଡ୍‌ରେ ମଧ୍ୟ ପକାଇ ଖାଆନ୍ତୁ। ଏହା ସହିତ ଏହି ମଞ୍ଜିକୁ କେକ୍‌ କରିବା ପୂର୍ବରୁ ପକାଇ କେକ୍‌କୁ ଷ୍ଟିମ୍‌ କରନ୍ତୁ।
ଆପଣଙ୍କୁ ଜଣାଥିବ, ଓଡ଼ିଆ ଘରମାନଙ୍କରେ ଏହି କଖାରୁ ମଞ୍ଜିକୁ ଶୁଖାଇ ଭାଜି ଖିଆଯାଏ। ଯାହା ଖାଇବାକୁ ସ୍ୱାଦିଷ୍ଟ ବି ଲାଗିଥାଏ।

୪. ଅଲ୍‌ସୀ ଫୁଲର ମଞ୍ଜି(flax seed)

flax seeds

ଅଲ୍‌ସୀ ମଞ୍ଜି ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ଏହାକୁ ଆପଣ ଡାଲି, ସାଲାଡ୍‌ରେ ପକାଇ ଖାଇପାରିବେ।

ଯଦି ଆପଣ ରକ୍ତଚାପ, ରକ୍ତଶର୍କରା ଏବଂ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରିବା ପାଇଁ ଚେଷ୍ଚା କରୁଛନ୍ତି, ତେବେ ଅଲ୍‌ସୀ ମଞ୍ଜିକୁ ପ୍ରତିଦିନ ଖାଆନ୍ତୁ।
ଭଜା ହୋଇଥିବା ଅଲ୍‌ସୀ ମଞ୍ଜି ଖାଇଲେ, ଆପଣଙ୍କର ଭୋକ ନିୟନ୍ତ୍ରିତ ହେବା ସହିତ ଓଜନ ମଧ୍ୟ ହ୍ରାସ ହୋଇଥାଏ।
୫.ସୂର୍ଯ୍ୟମୁଖୀ ଫୁଲ ମଞ୍ଜି

Oil seed sunflowerସୂର୍ଯ୍ୟମୁଖୀ ମଞ୍ଜିରେ ଆଣ୍ଟିବାୟୋଟିକ୍‌ସ୍‌ ରହିଛି। ଯାହା ଉଚ୍ଚ ରକ୍ତଚାପ ଏବଂ ଛାତି ଯନ୍ତ୍ରଣାକୁ ନିୟନ୍ତ୍ରଣ କରିଥାଏ। ଏହା ହଜମ ଶକ୍ତି ବଢ଼ାଇବା ସହିତ ହୃଦ୍‌ଘାତ ସମସ୍ୟାରେ ସୁଧାର ଏବଂ ହାଡ଼କୁ ମଧ୍ୟ ମଜବୁତ୍‌ କରିଥାଏ।

ଏହାକୁ ଆପଣ ସାଲାଡ୍‌, ଚିକେନ୍‌ ଏବଂ ଛଣା ଯାଉଥିବା ଅଣ୍ଡାରେ ପକାଇ ଖାଇପାରିବେ।
ସୂର୍ଯ୍ୟମୁଖୀ ମଞ୍ଜି ଓଷ୍ଟିଓପୋରୋସିସ୍‌, ଆଣ୍ଠୁଗଣ୍ଠି ସମସ୍ୟା ଏବଂ ଶ୍ୱାସ ସମସ୍ୟାକୁ ମଧ୍ୟ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଆପଣଙ୍କ କେଶ, ତ୍ୱଚାକୁ ସୁରକ୍ଷା ଏବଂ ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରେ।

୬. ପଣସ ମଞ୍ଜି

ଯଦି ଆପଣ ଚର୍ମ କୁଞ୍ଚନ ଏବଂ ତ୍ଵଚା ରୋଗ ଯୋଗୁ ଚିନ୍ତିତ ରହୁଛନ୍ତି, ତେବେ ପଣସ ମଞ୍ଜି ଏଥିପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।

ଏହା ବ୍ୟତୀତ ଏହି ମଞ୍ଜି ଏନିମିଆ ରୋଗରୁ ରକ୍ଷା କରିବା ସହିତ କେଶ ବୃଦ୍ଧି ଏବଂ ଦୃଷ୍ଟି ଶକ୍ତି ପ୍ରଖର କରିବାରେ ସାହାଯ୍ୟ କରିଥାଏ।

ପଣସ ମଞ୍ଜି ଖାଇବା ପାଇଁ ସହଜ ଉପାୟ ହେଉଛି, ଏହାକୁ ପ୍ରେସର୍‌ କୁକର୍‌ରେ ପକାଇ ସିଝାନ୍ତୁ। ସିଝିଗଲା ପରେ ଥଣ୍ଡା କରି ଏହାର ଚୋପା ଛଡ଼ାଇ ଖାଆନ୍ତୁ।

(ତଥ୍ୟ- ଦି ବେଟର ଇଣ୍ଡିଆ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story