ଦୁଇଦିନ ହେଲା ପାଇପ୍‌ ପାଣି ବନ୍ଦ, କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଲମତା ପୁଟ(ଜଗତଜୀବନ କଚିମ୍‌): ମାଛକୁଣ୍ଡ ଜଳ ବିଦ୍ୟୁତ୍‌  ପ୍ରକଳ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ ବାସଭବନରେ ଦୁଇ ଦିନ ହେଲା ପାଇପ୍‌ ପାଣି ବନ୍ଦ ହୋଇଛି। ଏହାର ପ୍ରତିବାଦ କରି ଆଜି ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ କାର୍ଯ୍ୟରତ କର୍ମଚାରୀମାନେ ଏକତ୍ରିତ ହୋଇ ବିଦ୍ୟୁତ ପ୍ରକଳ୍ପର ସିଭିଲ୍‌ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ।  ସେମାନଙ୍କ ଅଭିଯୋଗ ଯେ,  ଦୁଇ ଦିନ ହେଲା ପାଇପ୍‌ ପାଣି  ଆସୁ ନ ଥିବା ଯୋଗୁ ଅନେକ ସମସ୍ୟା ସୃଷ୍ଟି ହେଉଛି। କର୍ମଚାରୀମାନଙ୍କୁ ଯୋଗାଯୋଗ କଲେ ମଧ୍ୟ କୌଣସି ସଫଳ ମିଳୁନାହିଁ।  କର୍ମଚାରୀମାନେ ବହୁ ସମୟରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି। ସମସ୍ୟାର ସମାଧାନ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।

Previous ArticleNext Article

Send this to a friend