ବଲାଙ୍ଗିର: ସରକାରୀ ପଲିଟେକନିକ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

death

ବଲାଙ୍ଗିର: ବଲାଙ୍ଗିରଠାରେ ଥିବା ସରକାରୀ ପଲିଟେକନିକ କଲେଜର ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୁଇଗୋଡ ବନ୍ଧା ହୋଇ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଜଣଙ୍କ ଶୁଭ୍ରଜିତ ସାହୁ ଓ ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡିଛି । ଖବରପାଇ ମୃତ ଶୁଭ୍ରଜିତଙ୍କ ବାପା ବଲାଙ୍ଗିରରେ ପହଞ୍ଚିଛନ୍ତି । ମୃତ ଶୁଭ୍ରଜିତ ପଲିଟେକନିକର ଶେଷ ବର୍ଷ ଛାତ୍ର ଥିଲେ । ଛାତ୍ରଙ୍କ ଦୁଇଗୋଡ ବନ୍ଧା ଯାଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଇଛି । ପୋଲିସ ଶବ ଜବତ କରି ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Previous ArticleNext Article

Send this to a friend