କୂଳ ଲଙ୍ଘୁଛି ଖରସ୍ରୋତା ଓ ବ୍ରାହ୍ମଣୀ: ଆତଙ୍କରେ ଲୋକେ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କୂଳ ଲଙ୍ଘୁଛି ନଦୀ, ଆଉ ମାଡ଼ି ଆସୁଛି ବିପଦ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ନଦୀକୂଳିଆ ଲୋକେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଜମିବାଡ଼ି ସବୁ ଉଜୁଡ଼ିବା ସହ ଗାଁ ନିକଟକୁ ମାଡ଼ିଆସୁଛି ଖରସ୍ରୋତା ଓ ବ୍ରାହ୍ମଣୀ। ଯାହାକୁ ନେଇ ଭୟରେ ଅଛନ୍ତି ଅଞ୍ଚଳବାସୀ। ଏପଟେ ବିଭାଗୀୟ ଅଧିକାରୀ କହୁଛନ୍ତି ପ୍ରତିକାର ବ୍ୟବସ୍ଥା କରାଯିବ।

ନଦୀ ମାଡ଼ି ଆସୁଥିବାରୁ ପଞ୍ଚାୟତର ଦିନିଆରୀ ଓ ବିଜୟନଗର ରାଜସ୍ୱ ଗ୍ରାମର ଲୋକେ ଭୟରେ ନିଦ କାଟୁଛନ୍ତି। ଦିନକୁ ଦିନ ନଦୀ ତାର ଗତି ପରିବର୍ତ୍ତନ କରୁଛି। ଶହ ଶହ ଏକର ଚାଷ ଜମି ନଦୀ ଗର୍ଭରେ ଲୀନ ହେଇଯାଉଥିବାରୁ ଚାଷୀମାନେ ବି ଚିନ୍ତାରେ ପଡ଼ିଯାଇଛନ୍ତି।

ତେବେ ଦିନିଆରୀ ଓ ବିଜୟନଗରବାସୀଙ୍କ ପାଇଁ ଏ ସମସ୍ୟା ଆଜିର ନୁହେଁ। ବର୍ଷ ବର୍ଷ ଧରି ଖରସ୍ରୋତା ଓ ବ୍ରାହ୍ମଣୀ ଗର୍ଭରେ ଏକର ଏକର ଚାଷଜମି ଲୀନ ହେଉଛି। ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗୁହାରୀ କଲେ ମଧ୍ୟ କିଛି ଫଳ ମିଳୁନାହିଁ।

 

Previous ArticleNext Article

Send this to a friend