କଟକ: ଜଣେ ଫିଲ୍ମ ପ୍ରଯୋଜକଙ୍କ ଘରୁ ଝରକା ଭାଙ୍ଗି ଲୁଟ ଘଟଣାର ଦୁଇ ଦିନ ପରେ କଟକରେ ପୁଣି ଲୁଟ ଅଭିଯୋଗ ହୋଇଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ୪୫ ସମୟରେ ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କ ବାଇକ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୫ ଲକ୍ଷ ଟଙ୍କ। ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ବାଦାମବାଡିସ୍ଥିତ ଏକ ବ୍ୟାଙ୍କରୁ ଘରୋଇ ସଂସ୍ଥାର କର୍ମଚାରୀ କିଶୋର ଚନ୍ଦ୍ର ରାଉଳ ଟଙ୍କ। ଉଠାଇ ଅଫିସକୁ ଫେରୁଥିଲେ । ସେ ମଙ୍ଗଳାବାଗ ଛକ ନିକଟରେ ଏକ ହୋଟେଲ ସମ୍ମୁଖରେ ବାଇକ ରଖି ଖାଇବାକୁ ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ଡିକି ଭାଙ୍ଗି ଟଙ୍କ। ଲୁଟି ନେଇଥିଲେ। ହୋଟେଲରୁ ଫେରି କିଶୋର ବାଇକ ଡକି ଭଙ୍ଗାଯାଇଥିବା ଓ ଟଙ୍କା ନ ଥିବା ଦେଖି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ମଙ୍ଗଳାବାଗ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।