ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>କଟକ: ଐତିହାସିକ କଟକ ବାଲିଯାତ୍ରାର ଆଜି ଅନ୍ତିମ ଦିନ। ଶେଷ ଦିନରେ ପ୍ରବଳ ଜନସମାଗମ ହେବାର ଆଶା କରାଯାଉଛି। ପ୍ରତିଦିନ ଲକ୍ଷାଧିକ ଲୋକ ବାଲିଯାତ୍ରା ବୁଲିବା ସହ ଚଟପଟି ଖାଦ୍ୟ ଏବଂ ବିଭିନ୍ନ ପ୍ରକାର ଦୋଳିର ମଜା ଉଠାଉଛନ୍ତି। ପ୍ରଥମ କରି ଆସିଥିବା ରେଞ୍ଜର ଦୋଳି ପାଖରେ ପିଲାଠୁ ବୁଢା ପର୍ଯ୍ୟନ୍ତ ଭିଡ଼ ଜମାଉଛନ୍ତି।</p> <p>ବାଲିଯାତ୍ରାରେ ଘରକରଣା ସାମଗ୍ରୀର ବ୍ୟବସାୟ ମଧ୍ୟ ବେଶ ଭଲ ଚାଲିଛି। ରାଜ୍ୟ ତଥା ରାଜ୍ୟ ବହାରୁ ବ୍ୟବସାୟୀ ଆସି ଏଠାରେ ବିଭିନ୍ନ ସାମଗ୍ରୀର ପସରା ମେଲାଇଛନ୍ତି। ଗରାଖଙ୍କୁ ଆକୃଷ୍ଟ କରିବାକୁ ବ୍ୟବସାୟୀମାନେ ଆକର୍ଷଣୀୟ ଅଫର ଦେଉଛନ୍ତି।</p> <p>ପ୍ରତିବର୍ଷ ବାଲିଯାତ୍ରାରେ ରେଡକ୍ରସ ପକ୍ଷରୁ କିଛି ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥାଏ। ଚଳିତବର୍ଷ କଟକ ଓ ଆଖପାଖ ଜିଲ୍ଲାର ମୋଟ ୨୦ଟି କଲେଜର ୨୫୦ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଛନ୍ତି। ଯୁବପିଢୀଙ୍କ ଏଭଳି କର୍ଯ୍ୟକୁ ସିଏମସି କମିଶନର ପ୍ରଶଂସା କରିଛନ୍ତି।</p> <p>&nbsp;</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।