କୋଣାର୍କ (ସଞ୍ଜୟ ପତି): ଦିନ ଦ୍ୱି’ପହରେ ଲୁଟ୍। ଗୋରୁ ଖାଦ୍ୟ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଳୁଟିନେଲେ ୮ ଲକ୍ଷ ଟଙ୍କା। ଆଜି ଏମିତି ଏକ ଘଟଣା ଘଟିଛି ପୁରୀ ଜିଲ୍ଲାରେ।
ପୂରା ଘଟଣା ଏମିତି। ନିମାପଡ଼ା ଥାନା ଅନ୍ତର୍ଗତ ବଳଙ୍ଗା ନିକଟସ୍ଥ ରୂପଦେଈପୁର ଗାଁର ଗୋ’ ଖାଦ୍ୟ ବ୍ୟବସାୟୀ ରଞ୍ଜନ ସାହୁ ୮ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ବାଇକ୍ରେ ଯାଉଥିଲେ। ନିମାପଡ଼ା କେନାଲ୍ ରୋଡ୍ରେ ୫ ଜଣ ଯୁବକ ଦୁଇଟି ବାଇକ୍ରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ୍ ଝାମ୍ପି ନେଇଥିଲେ।
ରଞ୍ଜନ ଏନେଇ ନିମାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଛାନ୍ଭିନ ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।