ପୁରୀ: ବେଳାଭୂମି ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ସମୁଦ୍ରରେ ସ୍ନାନ କରିବା ପାଇଁ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ ପୁରୀରେ। କିନ୍ତୁ ଏବେ ସମୁଦ୍ରରେ ସ୍ନାନ ଅସୁରକ୍ଷିତ ହୋଇପଡ଼ିଛି। ବିଗତ ୫ ବର୍ଷରେ ପୁରୀରେ ସମୁଦ୍ର ସ୍ନାନ ବେଳେ ୮୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ଅଛନ୍ତି।
ପୁରୀ ବେଳାଭୂମିରେ ବାଥିଂ ଜୋନ୍, ନୋ ବାଥିଂ ଜୋନ୍, ଲାଇଫ୍ ଗାର୍ଡ ଆସିଷ୍ଟ୍ ଜୋନ୍ କରିବା ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ ଏହାକୁ ଠିକ୍ ଭାବେ ପରିଚାଳନା କରାଯାଉ ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଥିବା ଅଭିଯୋଗ ହୋଇଛି।
ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି,“ଏନେଇ ଲୋକମାନେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।