ରୋଗୀଙ୍କ ଉପରେ ଖସି ପଡିଲା ଛାତ

balaswar

ବାଲେଶ୍ୱର(ରଞ୍ଜିତ୍‌ ପାକଳ): ରୋଗୀଙ୍କ ଉପରେ ଖସିପଡିଲା ଛାତର କିଛି ଅଂଶ। ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଆଜି ଘଟିଛି ଏପରି ଅଘଟଣ। ଜଣେ ଚିକିତ୍ସାଧୀନ ରୋଗୀଙ୍କ ଉପରେ ଛାତର କିଛି ସିମେଣ୍ଟ ଖଣ୍ଡ ଭାଙ୍ଗି ପଡିବାରୁ ରୋଗୀ ଜଣଙ୍କ ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଭୋଗରାଇ ଥାନା ଫୁଲବଣି ଗାଁର ଗୌରୀବାଳା ଗିରି।

କୌରୀବାଳା ଅପରେସନ୍ ପାଇଁ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଅପରେସନ୍ ସରିବା ପରେ ସର୍ଜରୀ ୱାର୍ଡରେ ଥିଲେ। ସେ ଆଜି ବେଡ୍‌ରେ ଶୋଇଥିବା ବେଳେ ତାଙ୍କ ଉପରେ ଛାତରୁ ସିମେଣ୍ଟ ଖଣ୍ଡ ଖସି ପଡିଥିଲା।

Previous ArticleNext Article

Send this to a friend