ଦାଦନ ଶ୍ରମିକଙ୍କୁ ପୁରସ୍କାର ଉତ୍ସର୍ଗ କଲେ ଲେଖିକା ଗାୟତ୍ରୀ ସରାଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ୨ ଓଡ଼ିଆ ସାହିତ୍ୟିକ। ଗାଳ୍ପିକା ଗାୟତ୍ରୀ ସରାଫ ଓ ସୂର୍ଯ୍ୟମଣି ଖୁଣ୍ଟିଆଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯିବ। କ୍ଷୁଦ୍ରଗଳ୍ପ ସଂକଳନ ‘ଇଟାଭାଟିର ଶିଳ୍ପୀ’ ପାଇଁ ଗାୟତ୍ରୀ ସରାଫଙ୍କୁ ମିଳିବ ଏହି ପୁରସ୍କାର। ସେହିପରି ସୂର୍ଯ୍ୟମଣି ଖୁଣ୍ଟିଆ ଅନୁବାଦ ପୁସ୍ତକ ‘ଯୁଗାନ୍ତ’ ପାଇଁ ଏହି ପୁରସ୍କାର ପାଇବେ।

ଗାୟିତ୍ରୀ ସରାଫ ଓଡିଶାର ଜଣେ ଜଣାଶୁଣା ଗାଳ୍ପିକା। ୧୯୫୨ମସିହା ଅଗଷ୍ଟ ୧୭ତାରିଖରେ ତାଙ୍କର ଜନ୍ମ। ବୃତ୍ତିରେ ଗାୟତ୍ରୀ ଜଣେ ଶିକ୍ଷୟିତ୍ରୀ ଥିଲେ। ତେବେ ଲେଖାଲେଖି ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି। 'ଆଲୋକିତ ଅନ୍ଧାର' ତାଙ୍କର ପ୍ରଥମ ଗଳ୍ପ ସଂକଳନ।  ‘ପ୍ରେମିକା ପରି କେହି ଜଣେ’, ‘ଶେଷ ବିଦାୟର ଗୀତ’, ‘ଅନାହତ ପରମ୍ପରା’ ଓ ‘ବର୍ଷାର ଓଢ଼ଣା ତଳେ’ ଆଦି ବହୁ ପୁସ୍ତକ ତାଙ୍କୁ ସମଗ୍ର ରାଜ୍ୟରେ ପ୍ରସିଦ୍ଧି ଦେଇଛି।

୨୦୧୫ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାନେତ୍ରୀ ଭାବରେ ମନୋନୀତ କରାଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ସେ ମନୋନୀତ ହେବା ଖବର ପାଇବା ପରେ  ‘ଓଡ଼ିଶା ରିପୋର୍ଟର’ ପ୍ରତିନିଧି ବିଶ୍ୱବନ୍ଦିତା ଓ ବନ୍ଦନା ତାଙ୍କୁ ଭେଟିଥିଲେ। ଏହି ପୁରସ୍କାର ପାଇବାକୁ ମନୋନୀତ ହେବା ପରେ ସେ କ’ଣ କହୁଛନ୍ତି ଶୁଣନ୍ତୁ।

Ordigital Desk
• Published: Thursday, 21 December 2017
• Updated: 21 December 2017, 06:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ୨ ଓଡ଼ିଆ ସାହିତ୍ୟିକ। ଗାଳ୍ପିକା ଗାୟତ୍ରୀ ସରାଫ ଓ ସୂର୍ଯ୍ୟମଣି ଖୁଣ୍ଟିଆଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯିବ। କ୍ଷୁଦ୍ରଗଳ୍ପ ସଂକଳନ ‘ଇଟାଭାଟିର ଶିଳ୍ପୀ’ ପାଇଁ ଗାୟତ୍ରୀ ସରାଫଙ୍କୁ ମିଳିବ ଏହି ପୁରସ୍କାର। ସେହିପରି ସୂର୍ଯ୍ୟମଣି ଖୁଣ୍ଟିଆ ଅନୁବାଦ ପୁସ୍ତକ ‘ଯୁଗାନ୍ତ’ ପାଇଁ ଏହି ପୁରସ୍କାର ପାଇବେ।

ଗାୟିତ୍ରୀ ସରାଫ ଓଡିଶାର ଜଣେ ଜଣାଶୁଣା ଗାଳ୍ପିକା। ୧୯୫୨ମସିହା ଅଗଷ୍ଟ ୧୭ତାରିଖରେ ତାଙ୍କର ଜନ୍ମ। ବୃତ୍ତିରେ ଗାୟତ୍ରୀ ଜଣେ ଶିକ୍ଷୟିତ୍ରୀ ଥିଲେ। ତେବେ ଲେଖାଲେଖି ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି। 'ଆଲୋକିତ ଅନ୍ଧାର' ତାଙ୍କର ପ୍ରଥମ ଗଳ୍ପ ସଂକଳନ।  ‘ପ୍ରେମିକା ପରି କେହି ଜଣେ’, ‘ଶେଷ ବିଦାୟର ଗୀତ’, ‘ଅନାହତ ପରମ୍ପରା’ ଓ ‘ବର୍ଷାର ଓଢ଼ଣା ତଳେ’ ଆଦି ବହୁ ପୁସ୍ତକ ତାଙ୍କୁ ସମଗ୍ର ରାଜ୍ୟରେ ପ୍ରସିଦ୍ଧି ଦେଇଛି।

୨୦୧୫ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାନେତ୍ରୀ ଭାବରେ ମନୋନୀତ କରାଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ସେ ମନୋନୀତ ହେବା ଖବର ପାଇବା ପରେ  ‘ଓଡ଼ିଶା ରିପୋର୍ଟର’ ପ୍ରତିନିଧି ବିଶ୍ୱବନ୍ଦିତା ଓ ବନ୍ଦନା ତାଙ୍କୁ ଭେଟିଥିଲେ। ଏହି ପୁରସ୍କାର ପାଇବାକୁ ମନୋନୀତ ହେବା ପରେ ସେ କ’ଣ କହୁଛନ୍ତି ଶୁଣନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos