ମୁହଁର ଦାଗ ଲିଭେଇବାର ସହଜ ଉପାୟ

neam leaf

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସେ ମହିଳା ହୁ‌ଅନ୍ତୁ କିମ୍ବା ପୁରୁଷ, ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାଁନ୍ତି। ଏଥିପାଇଁ ସୁନ୍ଦର ଓ ଆକର୍ଷଣୀୟ ତ୍ୱଚା ରହିବା ଦରକାର। କିନ୍ତୁ ସେ ଇଚ୍ଛାରେ ବାଧା ସୃଷ୍ଟି କରୁଛି ବ୍ରଣ ଓ କଳାଦାଗ। ଖାଦ୍ୟପେୟରେ ଅନିୟମିତତା ହେଉ ଅବା କେମିକାଲ ପ୍ରସାଦନ ସାମଗ୍ରୀର ବହୁଳ ବ୍ୟବହାର ପାଇଁ ତ୍ୱଚାରେ ବ୍ରଣ ସମସ୍ୟା ଦେଖିବାକୁ ମିଳୁଛି। ବ୍ରଣ ଭଲ ହେବା ପରେ କଳାଦାଗଟେ ଛାଡିଦେଇ ଯାଉଛି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏସବୁ ସମସ୍ୟାରୁ ମୁକ୍ତି ପାଇବାର ଏକ ସହଜ ଘରୋଇ ଉପଚାର ରହିଛି। ପ୍ରତ୍ୟେକ ଦିନ ସକାଳୁ ଉଠିବା ପରେ ଦୁଇଟି ଲିମ୍ବ ପତ୍ର ଆଣନ୍ତୁ। ତାକୁ ମୁଣ୍ଡରେ ମାରି ଖାଇଦିଅନ୍ତୁ। ଦେଖିବେ ମୁହଁରେ ଥିବା ସମସ୍ତ ବ୍ରଣ ଭଲ ହୋଇଯିବ ଏବଂ କଳାଦାଗ ଲିଭିଯିବ। ଫଳରେ ପୁଣିଥରେ ଆପଣଙ୍କ ତ୍ୱଚା ପୂର୍ବପରି ଚମକି ଉଠିବ। (ଦେଖନ୍ତୁ ଭିଡିଓ)

Previous ArticleNext Article

Send this to a friend