ମୋବାଇଲରୁ ବ୍ୟାଟେରି ବାହାର କରୁଥିଲେ ଦୋକାନୀ। ମାତ୍ର ହଠାତ୍ ତାହା ଫାଟିବା ସହ ସେଥିରେ ନିଆଁ ଲାଗି ଯାଇଥିଲା। ଏପରି ଏକ ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି। ଏହାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ନିଜ ମୋବାଇଲରେ ତ୍ରୁଟି ଦେଖାଦେବାରୁ କାନପୁରର ଏକ ମୋବାଇଲ୍ ସପ୍କୁ ଜଣେ ବ୍ୟକ୍ତି ଯାଇଥିଲେ। ଦୋକାନୀ ବିବେକ ଅବସ୍ଥୀ ମୋବାଇଲ ଦେଖୁଥିବା ବେଳେ ତାହାର ବ୍ୟାଟେରୀ ଖୋଲିଥିଲେ। ମାତ୍ର ହଠାତ୍ ଉକ୍ତ ସମୟରେ ବ୍ୟାଟେରୀ ଫାଟିଯିବା ସହ ସେଥିରେ ନିଆଁ ଲାଗି ଯାଇଥିଲା।
ଦୋକାନୀଜଣକ ଏହାଦେଖି ତୁରନ୍ତ ମୋବାଇଲକୁ ଦୂରକୁ ଫୋପାଡ଼ି ଦେଇଥିଲେ। ଏଥିରେ ତାଙ୍କ ହାତ ଜଳି ଯାଇଥିବା ବେଳେ ଜୀବନ ରକ୍ଷା ହୋଇ ଯାଇଥିବା ଜଣାଯାଇଛି। ଏଥିସହ ମୋବାଇଲ ଆଣିଥିବା ବ୍ୟକ୍ତିଜଣକ ମଧ୍ୟ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ତୁରନ୍ତ ଦୋକାନୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
Also Read
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ଦୁର୍ଘଟଣାର ପର୍ଦ୍ଦାଫାସ କଲା ମର୍ସିଡିଜର ଭଙ୍ଗା ଲୋଗୋ ଓ ସିସିଟିଭି: ୪ ଶ୍ରମିକ ହରାଇଥିଲେ ପ୍ରାଣ
ପୁଲିସ୍ କାରକୁ ଠାବ କରିବା ପାଇଁ ସ୍ୱଂୟଚାଲିତ ନମ୍ବର ପ୍ଲେଟ ଚିହ୍ନଟ କ୍ୟାମେରାକୁ ବ୍ୟବହାର କରିଥିଲା।

Accident
‘ଆମ ବସ୍’ ଧକ୍କାରେ ୨ ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ; ଡ୍ରାଇଭର ଓ ଗାଇଡ୍ ବିଦା
ଏହି ଦୁର୍ଘଟଣାକୁ କ୍ରୁଟ୍ ଦୁର୍ଭାଗ୍ୟଜନକ କହିଥିବା ବେଳେ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଏହା ସହିତ ଦୁର୍ଘଟଣା ଘଟାଇଥିବା ବସ୍ର ଡ୍ରାଇଭର ଓ ଗାଇଡଙ୍କୁ ତତ୍କାଳ ଚାକିରିରୁ ବିଦା କରାଯାଇଛି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।

Accident
ମାଟ୍ରିକ ପରୀକ୍ଷା ଦେବା ପାଇଁ ଘରୁ ବାହାରିବା ମାତ୍ରେ ଚାଲିଗଲା ଜୀବନ
ତିନି ଦିନ ତଳେ ଚନ୍ଦ୍ରଶେଖର ଗାଁରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା।

Accident
କାରକୁ ପିଟି ଦେଲା ଟ୍ରକ୍: ଡିଏସ୍ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ
ମୃତ ଡିଏସ୍ପି ବାଲେଶ୍ୱର ଜିଲ୍ଲାରେ ନିଯୁକ୍ତ ହୋଇଥିଲେ।