୧୫ ଜାନୁଆରୀ, ଶୁକ୍ରବାର: ଶତ୍ରୁମାନେ ମଥାନତ କରିବେ

ମେଷ: ଶାରୀରିକ ଅସୁସ୍ଥତା ଦୂର ହେବ। ନୂତନ ବାହନ, ଜାଗା, ଜମି, ଗୃହ  ଆଦି କ୍ରୟ କରିବାର ଯୋଜନା କରିବେ। କର୍ମକ୍ଷେତ୍ରରେ ସୁଯୋଗ ପାଇ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ।

 ବୃଷ: ଶତ୍ରୁମାନେ ମଥାନତ କରିବେ ଓ ବିଦେଶ ଯାତ୍ରାରେ ଲାଭ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯାଇ ମିତ୍ରତା ବୃଦ୍ଧି ପାଇବ। ମାନସିକ ଶାନ୍ତି ମିଳିବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ।

ମିଥୁନ: ପୁରାତନ ରୋଗରୁ ଉପଶମ ପାଇ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ। କୌଣସି ନୂତନ ବନ୍ଧୁଙ୍କ ସହିତ ଭେଟ ହୋଇପାରେ।

କର୍କଟ:  ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରି ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ସୁସ୍ଥ ମାନସିକତା ରକ୍ଷା କରି ବିଦ୍ୟାକ୍ଷେତ୍ରରେ ଅଶଶାତୀତ ଲାଭ ପାଇବେ। ସନ୍ତାନ ସମ୍ବନ୍ଧୀୟ କୌଣସି ମହତ୍ତ୍ୱପୂର୍ଣ୍ଣ କାମ ଆପଣଙ୍କ ଦ୍ୱାରା ହୋଇପାରେ।

ସିଂହ: କଠିନ ପରିଶ୍ରମ କରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀଙ୍କ ପ୍ରିୟଭାଜନ ହେବେ। ପାରିବାରିକ ଅଶାନ୍ତି ଦୂରେଇ ଯାଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ଶିକ୍ଷାକ୍ଷେତ୍ରରେ ସୁଯୋଗ ପାଇ ଆନନ୍ଦିତ ହେବେ।

କନ୍ୟା: ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ। ନୂତନ କର୍ମ ସଂସ୍ଥାରେ ନିଯୁକ୍ତି ପାଇବାର ଯୋଗ ରହିଛି।

ତୁଳା: ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ବନ୍ଧୁ ବାନ୍ଧବଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇ ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ।

ବିଛା: ସନ୍ତାନର ଶୁଭ ଖବର ଶୁଣି ଖୁସି ହେବେ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ ଓ ସେମାନଙ୍କ ସହଯୋଗ ପାଇବେ। ବିଦ୍ୟାକ୍ଷେତ୍ରରେ ସମୟର ସଦୁପଯୋଗ କରି ଅତ୍ୟନ୍ତ ଶୁଭଫଳ ପାଇବେ।

ଧନୁ: ଶତ୍ରୁ ବିରୋଧୀମାନେ କ୍ଷତି କରିବାକୁ ଚେଷ୍ଟା କରି ବିଫଳ ହେବେ। ନିକଟ ସମ୍ପର୍କୀୟଙ୍କ ସେବା ଶୁଶ୍ରୁଷା କରିବାର ସୁଯୋଗ ପାଇ ସାମାଜିକ ପ୍ରତିଷ୍ଠା ବଢିବ। କୌଣସି ଗୁପ୍ତ ଯୋଜନା ବା ଷଡଯନ୍ତ୍ରର ଶିକାର ହୋଇପାରନ୍ତି।

ମକର: ସେବା ସମ୍ବନ୍ଧୀୟ କାର୍ଯ୍ୟରେ ପ୍ରଶଂସିତ ହେବେ। ନିଜର କାର୍ଯ୍ୟ ପୂରଣ କରିବା ପାଇଁ ବାହାର ଲୋକଙ୍କ ସହଯୋଗ ମିଳିବ। ବରିଷ୍ଠ ଅଧିକାରୀଙ୍କ ସହ ଦୂରଯାତ୍ରା କରି ଧନ ଉପାର୍ଜନ କରିପାରିବେ।

କୁମ୍ଭ: ଭଲ କାର୍ଯ୍ୟ ହାତକୁ ନେବା ଫଳରେ ଗୃହରେ ଶାନ୍ତ ବାତାବରଣ ଦେଖା ଦେବ। ଭୁଲ୍ ବୁଝିଥିବା ଲୋକମାନେ ନିଜର ତ୍ରୁଟି ଜାଣି ପାରିବେ। ବନ୍ଧୁ ବାନ୍ଧବଙ୍କ ଆଗମନରେ ଅତ୍ୟଧିକ ଖର୍ଚ୍ଚ ହୋଇପାରେ।

ମୀନ: ସୁଖ ସୁବିଧାକୁ ବଢାଇବା ପାଇଁ ପ୍ରୟାସରତ ହେବେ। କର୍ମଚାରୀମାନେ ନିଜର କର୍ତ୍ତବ୍ୟ ପ୍ରତିପାଦିତ କରିବା ଫଳରେ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସିତ ହେବେ। ବିଦ୍ୟାର୍ଥୀମାନଙ୍କର ମନୋଅନୁକୂଳ ଫଳପ୍ରାପ୍ତି ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।