୨୫ ଜାନୁଆରୀ, ସୋମବାର: ବନ୍ଧୁ ସହଯୋଗର ହାତ ବଢାଇବେ।

ମେଷ: ଭାବପ୍ରବଣତା ଯୋଗୁଁ ମନୋବଳ ହ୍ରାସ ପାଇବ। ବିଭିନ୍ନ ପ୍ରକାର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡିବ। ଆର୍ଥିକ ଅନଟନକୁ ନେଇ ମାନସିକ ଦୁଃଶ୍ଚିନ୍ତା ବଢିପାରେ। ଛୋଟ କଥାକୁ ନେଇ ଚିନ୍ତା କରିପାରନ୍ତି।

ବୃଷ: ଅନ୍ୟମାନଙ୍କ ପାଇଁ ନିଜକୁ ଉତ୍ତରଦାୟୀ ହେବାକୁ ପଡିପାରେ। ମାନସିକ ଅସ୍ଥିରତା ମଧ୍ୟ ଦେଖା ଦେଇପାରେ। ଆୟଠାରୁ ବ୍ୟୟ ଅଧିକ ହେବ। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସମସ୍ୟାର ସମାଧାନ ହେବ।

 ମିଥୁନ: ଆର୍ଥିକ ସମସ୍ୟା ଦେଖା ଦେବ । କିନ୍ତୁ ବନ୍ଧୁ ସହଯୋଗର ହାତ ବଢାଇବେ। ପାରିବାରିକ ଅଶାନ୍ତି ଦେଖା ଦେବ। କିନ୍ତୁ ବ୍ୟବସାୟରେ ଲାଭ ପାଇପାରିବେ।

 କର୍କଟ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲକ୍ଷ୍ୟ ସ୍ଥଳରେ ପହଁଚିବାରେ ବିଳମ୍ବ ହେବ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ବ୍ୟବସାୟରେ ଲାଭ ପାଇପାରିବେ। ଛାତ୍ରଛାତ୍ରୀମାନେ ପାଠ ପଢାକୁ ନେଇ ଚିନ୍ତାଗ୍ରସ୍ତ ହେବେ

ସିଂହ: ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି। ଆପଣଙ୍କ ଉପଦେଶ ଅନ୍ୟମାନଙ୍କର କାମରେ ଲାଗିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ।

କନ୍ୟା: ଆର୍ଥିକ ଚିନ୍ତାରୁ ମାନସିକ ଅଶାନ୍ତି ସୃଷ୍ଟି ହେବ । ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ। ବିଭିନ୍ନ ପ୍ରକାର ଅସୁବିଧା ଓ ପ୍ରତିବନ୍ଧକ ଦେଖାଦେବ।

ତୁଳା:  ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବେ।

ବିଛା: ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ବାଦୁ ଭୋଜନ ସହିତ ଅାଭୂଷଣ ପ୍ରାପ୍ତିର ଯୋଗ ରହିଛି।

ଧନୁ: ଗୁପ୍ତ ଶତ୍ରୁଙ୍କ କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଓ ବାଦ ବିବାଦ ଦେଖାଦେବ।

ମକର: ସାମାନ୍ୟ ଘଟଣାତୁ ନେଇ ପାରିବାରିକ ତିକ୍ତତା ଦେଖାଦେବ। ଆକସ୍ମିକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ।

କୁମ୍ଭ: ପାରିବାରିକ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ବହୁତ ଭଲ ରହିବ। ଅପରାହ୍ନରେ ବନ୍ଧୁଙ୍କ ସହିତ ବଚସା ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢିପାରେ। ବ୍ୟବସାୟିକ ସ୍ଥିତରେ ସୁଧାର ଆସିବ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ବଳିବ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।