୧୧ ଜୁନ୍‌, ରବିବାର: ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡ଼ିବ

ମେଷ: ପାରିବାରିକ କଳହ ଦେଖାଯିବ। ଅପଦସ୍ତ ହେବେ। ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ବଢ଼ିବ। ବୃଷ: କର୍ମକ୍ଷେତ୍ରରେ ସଫଳତା ମିଳିବାରୁ ମନ ଖୁସି ରହିବ। କୌଣସି ଏକ ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ରହିବ। ମିଥୁନ: ଆର୍ଥିକ ସମସ୍ୟା ଲାଗ ରହିବ। ବ୍ୟୟ ବଢ଼ିବାରୁ ମନ ଭଲ ରହିବ ନାହିଁ। ସନ୍ତାନମାନଙ୍କର କାର୍ଯ୍ୟକଳାପ ଦେଖି ବାପାମା’ ଚିନ୍ତିତ ରହିବେ। କର୍କଟ: ପାରିବାରିବ ଜୀବନ ଭଲ ରହିବ। ସୁସ୍ୱାଦୁ ଭୋଜନ କରିବେ। ସାମାଜରେ ମାନସମ୍ମାନ ବଢ଼ିବ। ସିଂହ: କର୍ମକ୍ଷେତ୍ରରେ […]

Tiger

Tiger

Jitendra Garnayak
  • Published: Sunday, 11 July 2021
  • Updated: 11 July 2021, 07:34 AM IST

Sports

Latest News

ମେଷ: ପାରିବାରିକ କଳହ ଦେଖାଯିବ। ଅପଦସ୍ତ ହେବେ। ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ବଢ଼ିବ।

ବୃଷ: କର୍ମକ୍ଷେତ୍ରରେ ସଫଳତା ମିଳିବାରୁ ମନ ଖୁସି ରହିବ। କୌଣସି ଏକ ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ରହିବ।

ମିଥୁନ: ଆର୍ଥିକ ସମସ୍ୟା ଲାଗ ରହିବ। ବ୍ୟୟ ବଢ଼ିବାରୁ ମନ ଭଲ ରହିବ ନାହିଁ। ସନ୍ତାନମାନଙ୍କର କାର୍ଯ୍ୟକଳାପ ଦେଖି ବାପାମା’ ଚିନ୍ତିତ ରହିବେ।

କର୍କଟ: ପାରିବାରିବ ଜୀବନ ଭଲ ରହିବ। ସୁସ୍ୱାଦୁ ଭୋଜନ କରିବେ। ସାମାଜରେ ମାନସମ୍ମାନ ବଢ଼ିବ।

ସିଂହ: କର୍ମକ୍ଷେତ୍ରରେ ଆଶାଜନକ ସଫଳତା ନ ମିଳିବାରୁ ମନ ଅଶାନ୍ତ ରହିବ। ଆୟ ତୁଳନାରେ ବ୍ୟୟ ବଢ଼ିବ। ଜୀବନ ସାଥୀଙ୍କ ସହଯୋଗ ମିଳିବ।

କନ୍ୟା: ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। କୌଣସି କାର୍ଯ୍ୟରେ ବନ୍ଧୁ ସହଯୋଗର ହାତ ବଢ଼ାଇବେ।

ତୁଳା: କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁଙ୍କ ସଂଖ୍ୟା ବଢ଼ିବ। ସ୍ୱାସ୍ଥ୍ୟକ୍ଷେତ୍ରରେ ଥିବା କର୍ମଚାରୀଙ୍କୁ ମାନସମ୍ମାନ ପ୍ରାପ୍ତି ହେବ।

ବିଛା: ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡ଼ିବ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ଧନୁ: ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅଯଥା ବାଦବିବାଦ ଭିତରେ ପଶନ୍ତୁ ନାହିଁ। ବକେୟା ଅର୍ଥ ପ୍ରାପ୍ତି ହେବ।

ମକର: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ କରିବେ। ମିଡିଆ ସେକ୍ଟରରେ କାର୍ଯ୍ୟରତ ଥିବା ଲୋକଙ୍କୁ ଶୁଭଫଳ ମିଳିବ।

କୁମ୍ଭ: ନୂଆ ଘର କରିବା ପାଇଁ ବନ୍ଧୁଙ୍କ ଠାରୁ ଧାର ମାଗିପାରନ୍ତି। ନୂଆ ବ୍ୟବସାୟ ପାଇଁ ଯୋଜନା କରିପାରନ୍ତି।

ମୀନ: ଭାବିଚିନ୍ତି ସବୁ କାର୍ଯ୍ୟ କରନ୍ତୁ। ପରିବାର ଲୋକଙ୍କ ସହିତ ସମୟ ବିତାଇବାକୁ ପ୍ରୟାସ କରନ୍ତୁ। ଅସୁସ୍ଥ ଅନୁଭବ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos