ମେଷ: ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବ। ସନ୍ତାନମାନଙ୍କ ଖୁସିରେ ବାପାମା’ ଖୁସି ଅନୁଭବ କରିବେ। ପ୍ରତିକାର- ଶ୍ରୀ ହନୁମାନ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।
ବୃଷ: ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ଅପରାହ୍ନରେ ଖୁସିଖବର ମିଳିବ। ସୁସ୍ୱାଦୁ ଭୋଜନ କରିବେ। ଗୁପ୍ତଶତ୍ରୁ କିଛି କ୍ଷତି କରିପାରନ୍ତି। ଜଗିରଖି ଚଳନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରତିକାର- ମିଠା ଦହି ଖାଆନ୍ତୁ।
ମିଥୁନ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭବାନ ହେବେ। ମିଡିଆରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ରହିବ। ପ୍ରତିକାର- ଛୋଟ ପିଲାଙ୍କୁ ସ୍ନେହ ଆଦର କରନ୍ତୁ।
କର୍କଟ: ରାଜନୀତିରେ ଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। କ୍ଷୁଦ୍ର ବ୍ୟବସାୟୀମାନେ ଲାଭବାନ ହେବେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରତିକାର- ଧଳା ରୁମାଲ ପାଖରେ ରଖନ୍ତୁ।
ସିଂହ: ପାରିବାରିକ କଳହ ଲାଗି ରହିବ। ଅପମାନିତ ହୋଇପାରନ୍ତି। ଶରୀରର କୌଣସି ଅଙ୍ଗରେ ପୀଡ଼ା ଅନୁଭବ କରିବେ। ଅପରାହ୍ନରେ ଖୁସି ଖବର ମିଳିବ। ସବୁ ସମସ୍ୟାର ସମାଧାନ ହେବ। ପ୍ରତିକାର- ବେଲଗଛ ମୂଳରେ ଜଳ ଅର୍ପଣ କରନ୍ତୁ।
କନ୍ୟା: ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇବେ। କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଘରକୁ ଅତିଥିଙ୍କ ଆଗମନ ହେବ। ପ୍ରତିକାର- ଗୋଟା ହଳଦୀ ପାଖରେ ରଖନ୍ତୁ।
ତୁଳା: ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିପାରେ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତା ବଢ଼ିବ। ଅପରାହ୍ନରେ ଖୁସି ଖବର ମିଳିବ। ପ୍ରତିକାର- ଇଷ୍ଟଦେବୀଙ୍କୁ ସ୍ମରଣ କରନ୍ତୁ।
ବିଛା: ଆୟ ଅନୁସାରେ ବ୍ୟୟ ଅଧିକ ହେବ। ବୃତ୍ତିଗତ କାମକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ପାରିବାରିକ ଜୀବନରେ ଖୁସି ଅନୁଭବ କରିବେ। ପ୍ରତିକାର- ଶ୍ରୀଲକ୍ଷ୍ମୀ ନୃସିଂହଙ୍କ ଦର୍ଶନ କରନ୍ତୁ।
ଧନୁ: କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ଅପମାନିତ ହୋଇପାରନ୍ତି। ଜୀବନସାଥୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବ। ବନ୍ଧୁଙ୍କ ସହଯୋଗ ଲୋଡ଼ିବେ। ପ୍ରତିକାର- ମଥାରେ ହଳଦୀ ଟୀକା ଲଗାନ୍ତୁ।
ମକର: ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ବଳାଇବେ। କର୍ମକ୍ଷେତ୍ରରେ ଉନ୍ନତି ହେବ। କିନ୍ତୁ ମାନସିକ ଅସ୍ଥିରତା ଦେଖାଦେବ। ଘରକୁ ଅତିଥି ଆସିବେ। ସୁସ୍ୱାଦୁ ଭୋଜନ କରିବେ। ପ୍ରତିକାର- ମହାଦେବଙ୍କୁ କଳା ଅପରାଜିତା ଫୁଲ ଅର୍ପଣ କରନ୍ତୁ।
କୁମ୍ଭ: ବନ୍ଧୁ ସହଯୋଗର ହାତ ବଢ଼ାଇବେ। ଅସୁସ୍ଥ ଅନୁଭବ କରିବେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ।
ମୀନ: ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ଯୋଗୁଁ ମନ ଖୁସି ରହିବ। ସାଙ୍ଗସାଥୀଙ୍କ ସହିତ କଥାବାର୍ତ୍ତା କଲା ବେଳେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। ଭ୍ରମଣ ଯୋଗ ମଧ୍ୟ ରହିଛି। ପ୍ରତିକାର- ବୃନ୍ଦାବତୀଙ୍କ ପାଖରେ ଘିଅ ଦ୍ୱୀପ ଜାଳନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।