୨୧ ଜାନୁଆରୀ, ଗୁରୁବାର: ଗୁପ୍ତ ଶତ୍ରୁ କିଛି କ୍ଷତି ଘଟାଇ ପାରନ୍ତି

ମେଷ: ପରିବାର ଲୋକଙ୍କ ସହ ଆନନ୍ଦରେ ସମୟ ବିତାଇବେ। ଆପଣଙ୍କର କୌଣସି ଇଚ୍ଛା ପୂରଣ ହେବ। ବ୍ୟବସାୟକୁ ନେଇ ଖୁସି ରହିବେ। ବୃଷ: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଦାମ୍ପତ୍ୟ ଜୀବନ ଭଲ ରହିବ। କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ଭ୍ରମଣ ଯୋଗ ରହିଛି। ମିଥୁନ: ବ୍ୟବସାୟରେ ସମସ୍ତ ବାଧାବିଘ୍ନ ଦୂର ହୋଇଯିବ। ଅଚାନକ ଧନ ପ୍ରାପ୍ତିହେବ। ଛାତ୍ରଛାତ୍ରୀମାନେ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। କର୍କଟ: ଘରର ବରିଷ୍ଠ ସଦସ୍ୟଙ୍କ ପରାମର୍ଶରେ ଆପଣ କୌଣସି ବଡ଼ ପଦକ୍ଷେପ […]

Daily Horoscope

Daily Horoscope

Jitendra Garnayak
  • Published: Thursday, 21 January 2021
  • Updated: 21 January 2021, 07:57 AM IST

Sports

Latest News

ମେଷ: ପରିବାର ଲୋକଙ୍କ ସହ ଆନନ୍ଦରେ ସମୟ ବିତାଇବେ। ଆପଣଙ୍କର କୌଣସି ଇଚ୍ଛା ପୂରଣ ହେବ। ବ୍ୟବସାୟକୁ ନେଇ ଖୁସି ରହିବେ।

ବୃଷ: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଦାମ୍ପତ୍ୟ ଜୀବନ ଭଲ ରହିବ। କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ଭ୍ରମଣ ଯୋଗ ରହିଛି।

ମିଥୁନ: ବ୍ୟବସାୟରେ ସମସ୍ତ ବାଧାବିଘ୍ନ ଦୂର ହୋଇଯିବ। ଅଚାନକ ଧନ ପ୍ରାପ୍ତିହେବ। ଛାତ୍ରଛାତ୍ରୀମାନେ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ।

କର୍କଟ: ଘରର ବରିଷ୍ଠ ସଦସ୍ୟଙ୍କ ପରାମର୍ଶରେ ଆପଣ କୌଣସି ବଡ଼ ପଦକ୍ଷେପ ନେବେ। ଆର୍ଥିକ କାରବାରରେ ସୁଧାର ଆସିବ। ଅପରାହ୍ନରେ ବନ୍ଧୁଙ୍କ ସହିତ ଭ୍ରମଣ କରିବାକୁ ଯିବେ।

ସିଂହ: ଆଜି ଶାନ୍ତ ପରିବେଶରେ ଦିନଟି କଟିବ। ସନ୍ତାନମାନଙ୍କ କାର୍ଯ୍ୟରେ ବାପାମା’ ଖୁସି ଅନୁଭବ କରିବେ। ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସହଯୋଗ କରିବ।

କନ୍ୟା: ଗୁପ୍ତ ଶତ୍ରୁ କିଛି କ୍ଷତି ଘଟାଇ ପାରନ୍ତି। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ବନ୍ଧୁଙ୍କ ସହିତ ମତାନ୍ତର ଦେଖାଦେବ। ଜଗିରଖି ଚଳନ୍ତୁ।

ତୁଳା: ଅଫିସ୍‌ରେ ଦିନଟି ଭଲରେ କଟିବ। ନୂଆ ଦାୟିତ୍ୱ ମିଳିପାରେ। ବ୍ୟବସାୟରେ ଭଲ ଲାଭ ମିଳିବ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସୁସ୍ୱାଦୁ ଭୋଜନ କରିବେ।

ବିଛା: ସଫଳତା ପାଇବେ। ମହିଳାମାନଙ୍କୁ ଚାକିରି ସୁଯୋଗ ମିଳିବ। ଅପରାହ୍ନରେ ପାରିବାରିକ କଳହ ଦେଖାଦେବ।

ଧନୁ: ସନ୍ତାନଙ୍କ ପାଇଁ ଗର୍ବ ଅନୁଭବ କରିବେ। ଜୀବନସାଥୀଙ୍କ ସହିତ ପ୍ରେମଭାବ ବଢ଼ିବ। ଚାକିରି କ୍ଷେତ୍ରରେ ପଦମର୍ଯ୍ୟାଦା ବଢ଼ିବ।

ମକର: ସକାରାତ୍ମକ ହେବେ। ଦିନଟି ଭଲ ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ବାକି ପଡ଼ିଥିବା ଟଙ୍କା ମିଳିପାରିବ।

କୁମ୍ଭ: ବ୍ୟବସାୟ ପାଇଁ ବନ୍ଧୁ ସହଯୋଗ କରିବେ। କୌଣସି ଜରୁରୀ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରିବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସୁଫଳ ମିଳିବ।

ମୀନ: ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଉଚ୍ଚ ପଦବୀକୁ ମନୋନୀତ ହେବେ। ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos