ଶୋଇବା ସମୟରେ ଏସବୁ ଜିନିଷ ପାଖରେ ରଖନ୍ତୁ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଅନେକ ଲୋକଙ୍କୁ ରାତିରେ ନିଦ ହୁଏ ନାହିଁ। ସେଥିପାଇଁ କେହି କେହି ନିଦ ବଟିକାର ସାହାଯ୍ୟ ବି ନିଅନ୍ତି। ନିଦ ନ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ହୋଇଥାଏ। ତେବେ ବେଳେବେଳେ ଦେଖାଯାଏ ଜଣେ ବ୍ୟକ୍ତିଙ୍କଠାରେ କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ନଥିବା ସତ୍ତ୍ୱେ ତାଙ୍କୁ ରାତିରେ ନିଦ ହୁଏ ନାହିଁ। ଏପରି କ୍ଷେତ୍ରରେ ଘରର ବାସ୍ତୁ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। କିଛି ବାସ୍ତୁଦୋଷ ଯୋଗୁ ଏଭଳି ସମସ୍ୟା […]

sleeping

sleeping

Jitendra Garnayak
  • Published: Saturday, 08 February 2020
  • Updated: 08 February 2020, 09:21 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଅନେକ ଲୋକଙ୍କୁ ରାତିରେ ନିଦ ହୁଏ ନାହିଁ। ସେଥିପାଇଁ କେହି କେହି ନିଦ ବଟିକାର ସାହାଯ୍ୟ ବି ନିଅନ୍ତି। ନିଦ ନ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ହୋଇଥାଏ। ତେବେ ବେଳେବେଳେ ଦେଖାଯାଏ ଜଣେ ବ୍ୟକ୍ତିଙ୍କଠାରେ କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ନଥିବା ସତ୍ତ୍ୱେ ତାଙ୍କୁ ରାତିରେ ନିଦ ହୁଏ ନାହିଁ। ଏପରି କ୍ଷେତ୍ରରେ ଘରର ବାସ୍ତୁ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। କିଛି ବାସ୍ତୁଦୋଷ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇପାରେ। ସେଥିପାଇଁ କୌଣସି ବାସ୍ତୁ ବିଶେଷଜ୍ଞ ପରାମର୍ଶ ନେଲେ ଭଲ। ତେବେ ରାତିରେ ଶୋଇବା ବେଳେ କିଛି ବସ୍ତୁକୁ ନିଜଠାରୁ ଦୂରେଇ ରଖନ୍ତୁ। କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଏଗୁଡ଼ିକ ନିଦ୍ରାକୁ ପ୍ରଭାବିତ କରନ୍ତି। ତା’ହେଲେ ଆସନ୍ତୁ ସେହି ସବୁ ବସ୍ତୁଗୁଡ଼ିକ କ’ଣ ଜାଣି ନେବା।

• ଶୋଇବା ବେଳେ ଭୁଲ୍‌ରେ ବି ନିଜ ପର୍ସ କିମ୍ବା ଔଷଧକୁ ତକିଆ ପାଖରେ ରଖି ଶୁଅନ୍ତୁ ନାହିଁ।
• ଖଟ ପାଖରେ ପାଣି ପାତ୍ର ରଖନ୍ତୁ ନାହିଁ। ଏହାଦ୍ୱାରା ଚନ୍ଦ୍ରମା ଜନିତ ଦୋଷ ଲାଗିଥାଏ ଓ ସ୍ନାୟୁଦୋଷ ଉତ୍ପତ୍ତି ହୋଇଥାଏ।
• ଶୋଇବା ପୂର୍ବରୁ ଖଟ ପାଖରେ ଚପଲ ରଖିବା ମଧ୍ୟ ଅନୁଚିତ୍‌। ଏହାଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।
• ଶୋଇବା ସମୟରେ ପାଖରେ କୌଣସି ଚାବି ରଖନ୍ତୁ ନାହିଁ।
• ମୋବାଇଲ୍‌, ଲାପ୍‌ଟପ୍‌ ଆଦି ମଧ୍ୟ ଖଟ ଉପରେ ରଖନ୍ତୁ ନାହିଁ।
• ତେଲ ବୋତଲ ପାଖରେ ରଖି ଶୁଅନ୍ତୁ ନାହିଁ। ବିଭିନ୍ନ ପ୍ରକାରର କଷ୍ଟକୁ ସାମ୍ନା କରିବାକୁ ପଡ଼ିପାରେ।
• ଶୋଇବା ସମୟରେ ପାଖରେ ଆଇନା ରଖନ୍ତୁ ନାହିଁ। ଏହାଦ୍ୱାରା ରୋଗ ବଢ଼ିଥାଏ ଏବଂ ଦାମ୍ପତ୍ୟ କଳହ ମଧ୍ୟ ସୃଷ୍ଟି ହୁଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos