ନୂଆଦିଲ୍ଲୀ: ଏୟାର ଏସିଆ ଇଣ୍ଡିଆ ଏୟାରଲାଇନ୍ସ ତା’ର ସେବାକୁ ଦିଲ୍ଲୀ ପର୍ଯ୍ୟନ୍ତ ବଢ଼ାଇବ। ଉତ୍ତର ଭାରତରେ ସାମ୍ରାଜ୍ୟ ବିସ୍ତାର କରିବା ଲାଗି ଦିଲ୍ଲୀ ଏହାର କେନ୍ଦ୍ରସ୍ଥଳ ହେବ। ଏଥିପାଇଁ ଏୟାର ଏସିଆ ପକ୍ଷରୁ ଏକ ସ୍କିମ୍ ପ୍ରସ୍ତୁତ କରାଯାଇଛି। ଏକ କିଲୋମିଟରକୁ ଭଡ଼ା ୧ ଟଙ୍କା ରଖାଯିବ ବୋଲି ଏହି ଏୟାରଲାଇନ୍ସ କହିଛି। ଏହି ନୂଆ ଉଡ଼ାଣ ପାଇଁ କଂପାନୀ ନୂଆଦିଲ୍ଲୀ-ଗୌହାଟୀ ପାଇଁ ୧୫୦୦ ଟଙ୍କା ଓ ଦିଲ୍ଲୀ-ଗୋଆ ଏବଂ ଦିଲ୍ଲୀ-ବେଙ୍ଗଲୁରୁ ପାଇଁ ୧୭୦୦ ଟଙ୍କାର ଅଫର୍ ରଖିଛି। ଏହି ୧ ଟଙ୍କିଆ ସ୍କିମ୍ ପାଇଁ ଏପ୍ରିଲ ୨୬ ତାରିଖରୁ ଟିକେଟ୍ ସଂରକ୍ଷଣ ଆରମ୍ଭ ହେବ। ଆଉ ମେ’୨୧ରୁ ୩୧ ତାରିଖ ମଧ୍ୟରେ ଏହି ସ୍କିମ୍ରେ ଲୋକେ ଯାତ୍ରା କରିପାରିବେ।
ମେ’୨୧ ତାରିଖରୁ ଏହି ଏୟାଲାଇନ୍ସ ବେଙ୍ଗଲୁରୁ, ଗୌହାଟୀ ଓ ଗୋଆରୁ ନୂଆଦିଲ୍ଲୀକୁ ବିମାନ ଉଡ଼ାଇବ। ଏକ ବିଜ୍ଞପ୍ତି ଜାରି କରି କଂପାନୀ ପାଖରୁ ଏହି ସୂଚନା ଦିଆଯାଇଛି। ଏୟାର ଏସିଆର ଭାରତ ମୁଖ୍ୟ କାର୍ଯ୍ୟନିର୍ବାହୀ ମିତ୍ତୁ ଚାଣ୍ଡିଲା କହିଛନ୍ତି ଯେ କଂପାନୀ ନୂଆଦିଲ୍ଲୀକୁ ବିମାନ ଚଳାଚଳ କରିବା ପାଇଁ ଓ ଉତ୍ତର ଭାରତରେ ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ଉତ୍ସୁକ ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।