୨୦୧୪-୧୫ ଆର୍ଥିକ ବର୍ଷରେ କର ଆଦାୟ ୧୨,୪୫,୦୩୭ କୋଟି ଛୁଇଁଛି

ନୂଆଦିଲ୍ଲୀ: ୨୦୧୪-୧୫ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ଧାର୍ଯ୍ୟ କରିଥିବା ଆର୍ଥିକ ଲକ୍ଷ୍ୟ ହାସଲ କରିଛନ୍ତି। ୨୦୧୪-୧୫ ବର୍ଷରେ ଆର୍ଥିକ ନିଅଂଟ ପରିମାଣ ୪.୧% ହେବ ବୋଲି ଲକ୍ଷ୍ୟ ରଖାଯାଇଥିବା ବେଳେ ତାହା ବାସ୍ତବରେ ୪.୦% ରହିଛି। ସେହିଭଳି ରାଜସ୍ୱ ନିଅଂଟ ପରିମାଣ ୨.୯% ହେବ ବୋଲି ଆକଳନ କରାଯାଇଥିବା ବେଳେ ତାହା ୨.୮% ରେ ସୀମିତ ରହିଛି। ୨୦୧୪-୧୫ ଆର୍ଥିକ ବର୍ଷରେ ଦେଶର ମୋଟ କର ଆଦାୟ ପରିମାଣ ୧୨,୪୫,୦୩୭ କୋଟି ଟଙ୍କା […]

financeministry

financeministry

Rakesh Mallick
  • Published: Monday, 18 May 2015
  • Updated: 18 May 2015, 01:04 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୪-୧୫ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ଧାର୍ଯ୍ୟ କରିଥିବା ଆର୍ଥିକ ଲକ୍ଷ୍ୟ ହାସଲ କରିଛନ୍ତି। ୨୦୧୪-୧୫ ବର୍ଷରେ ଆର୍ଥିକ ନିଅଂଟ ପରିମାଣ ୪.୧% ହେବ ବୋଲି ଲକ୍ଷ୍ୟ ରଖାଯାଇଥିବା ବେଳେ ତାହା ବାସ୍ତବରେ ୪.୦% ରହିଛି। ସେହିଭଳି ରାଜସ୍ୱ ନିଅଂଟ ପରିମାଣ ୨.୯% ହେବ ବୋଲି ଆକଳନ କରାଯାଇଥିବା ବେଳେ ତାହା ୨.୮% ରେ ସୀମିତ ରହିଛି।

୨୦୧୪-୧୫ ଆର୍ଥିକ ବର୍ଷରେ ଦେଶର ମୋଟ କର ଆଦାୟ ପରିମାଣ ୧୨,୪୫,୦୩୭ କୋଟି ଟଙ୍କା ଛୁଇଁଛି। ଏହା ୨୦୧୩-୧୪ ଆର୍ଥିକ ବର୍ଷ ଠାରୁ ୯% ଅଧିକ। ୨୦୧୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆନୁମାନିକ ଭାବେ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ହିସାବରୁ ଏହି ତଥ୍ୟ ଜଣାପଡ଼ିଛି। ଏହି ହିସାବରେ ସାମାନ୍ୟ କମବେଶୀ ହୋଇପାରେ।

ଅର୍ଥ ବ୍ୟବସ୍ଥାକୁ ସମନ୍ୱିତ କରିବା ଲାଗି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ନୀତି ଓ ପ୍ରତିବଦ୍ଧତାକୁ ନିଷ୍ଠାର ସହ ପ୍ରବର୍ତ୍ତନ କରାଯିବା ଦ୍ୱାରା ଆର୍ଥିକ ନିଅଂଟ ପରିମାଣ ହ୍ରାସ ପାଇଛି। ଗତ ବର୍ଷ ମୋଟ ଆର୍ଥିକ ନିଅଂଟ ପରିମାଣ ୫,୦୧,୮୮୦ କୋଟି ଟଙ୍କାରେ ସୀମିତ ରହିଛି ଯାହାକି ଆକଳନ କରାଯାଇଥିବା ନିଅଂଟ ପରିମାଣର୯୮% ବୋଲି ଜଣାପଡ଼ିଛି। ଏହା ମୋଟ ଘରୋଇ ଉତ୍ପାଦନର ୪% ବୋଲି ଆକଳନ କରାଯାଇଛି (୨୦୧୩-୧୪ ଆର୍ଥିକ ବର୍ଷରେ ଏହି ପରିମାଣ ୪.୪% ଥିଲ)। ୨୦୧୪-୧୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜସ୍ୱ ନିଅଂଟ ପରିମାଣ ୩,୫୮,୩୦୬ କୋଟି ଟଙ୍କାରେ ସୀମିତ ରହିଛି ଯାହାକି ଆକଳିତ ପରିମାଣର ୯୯%।

ପୂର୍ବ ବର୍ଷ ତୁଳନାରେ ଏଥିରେ ୨.୮% ଅଭିବୃଦ୍ଧି ହାସଲ କରାଯାଇପାରିଛି। ୨୦୧୪-୧୫ ଆର୍ଥିକ ବର୍ଷରେ ମୋଟ କର ସଂଗ୍ରହ ପରିମାଣ ୧୨,୪୫,୦୩୭ କୋଟି ଛୁଇଁଛି ଯାହାକି ୨୦୧୩-୧୪ ଆର୍ଥିକ ବର୍ଷ ତୁଳନାରେ ୯% (୧,୦୬,୩୦୩ କୋଟି ଟଙ୍କା) ଅଧିକ। ଏହି କର ଆଦାୟ ମୋଟ ଘରୋଇ ଉତ୍ପାଦନର ୯.୮% ବୋଲି ଅନୁମାନ କରାଯାଇଛି।

କର ସଂଗ୍ରହରେ ରାଜ୍ୟମାନଙ୍କ ଭାଗ ୨୦୧୪-୧୫ ଆର୍ଥିକ ବର୍ଷରେ ୩,୩୭,୮୦୮ କୋଟି ହୋଇଛି ଯାହାକି ପୂର୍ବ ବର୍ଷ ତୁଳନାରେ ୧୯,୫୭୮ କୋଟି ଟଙ୍କା ଅଧିକ। ଅଣ ଋଣ ପୁଞ୍ଜି ସଂଗ୍ରହ ଯେଉଁଥିରେ ପୁଞ୍ଜି ପ୍ରତ୍ୟାହାର ସାମିଲ, ତାହା ୪୩,୪୩୯ କୋଟି ଛୁଇଁଛି। ପୂର୍ବ ବର୍ଷ ତୁଳନାରେ ଏହା ୪% ଅଧିକ। ଗତ ବର୍ଷ ଏହି ପରିମାଣ ୪୧,୮୬୫ କୋଟି ଟଙ୍କା ଥିଲା। ୨୦୧୪-୧୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଜନା ବ୍ୟୟ ପରିମାଣ ୪,୩୫,୬୨୧ କୋଟି ଟଙ୍କା ହୋଇଥିବା ବେଳେ ଅଣ ଯୋଜନା ଖର୍ଚ୍ଚ ପରିମାଣ ୧୧,୯୧,୧୪୦ କୋଟି ଟଙ୍କା (ଆକଳନ ପରିମାଣର ୯୯.୮%) ଛୁଇଁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos