ପାରାଦୀପ: ୨୦୨୫ ସୁଦ୍ଧା ପାରାଦୀପ ବନ୍ଦର ଦେଶର ସର୍ବଶ୍ରେଷ୍ଠ ବନ୍ଦ ଭାବେ ପରିଗଣିତ ହେବ। ଶନିବାର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ଏହା କହିଛନ୍ତି।
ରାୟ ଆହୁରି କହିଛନ୍ତି, “ଚଳିତ ଆର୍ଥିକବର୍ଷରେ ବନ୍ଦରର ପଣ୍ୟ କାରବାର ୭୬.୩୮ ମିଲିୟନ ଟନ୍ରେ ପହଞ୍ଚିଛି। ଯାହା ଗତବର୍ଷ ତୁଳନାରେ ପ୍ରାୟ ୭.୫୭ ପ୍ରତିଶତ ଅଧିକ। ଏହାସହ ଅଧିକ ଅଭିବୃଦ୍ଧି ପାଇଁ ୫ରୁ ୬ଟି ମେଗା ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବନ୍ଦର କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଥମ ସମ୍ପ୍ରସାରଣ ଯୋଜନାରେ ବନ୍ଦର ତା’ର ବିଓଟି ବେସିସରେ ୧୦ ମିଲିୟମ ଟନ୍ କ୍ଷମତା ବିଶିଷ୍ଟ ଆଇରନ ଓର ବର୍ଥ, ୧୦ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ କୋଲ୍ ବର୍ଥ ଓ ଇକ୍ୟୁ ୧, ୨, ୩ ନମ୍ବର ବର୍ଥକୁ ଯାନ୍ତ୍ରୀକ ପ୍ରକ୍ରିୟା କରିବ। ଏଥିସହ ଏକ ବାହ୍ୟ ପୋତାଶ୍ରୟ ପ୍ରକଳ୍ପ ହେବାକୁ ଯାଉଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଆଦାନୀ ଗ୍ରୁପ୍ ଦାନକୁ ବି ନା; ୧୦୦ କୋଟି ଟଙ୍କା ଫେରାଇବେ ତେଲାଙ୍ଗାନା ସରକାର
ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଆଦାନୀ ଗ୍ରୁପ୍ ତେଲାଙ୍ଗାନାକୁ ୧୦୦କୋଟି ଟଙ୍କା ଦାନ କରିଥିଲେ।
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।