୨୦୨୫ ସୁଦ୍ଧା ପାରାଦୀପ ହେବ ଦେଶର ସର୍ବାଧିକ କ୍ଷମତା ସମ୍ପନ୍ନ ବନ୍ଦର

ପାରାଦୀପ: ପାରାଦୀପ ବନ୍ଦରରେ ସ୍ମାର୍ଟ ପୋର୍ଟ ସିଟି ପ୍ରତିଷ୍ଠା ହେବ। ଏଥିପାଇଁ ବନ୍ଦର ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା କାର୍ଯ୍ୟକାରୀ ହେଲେ ପାରାଦୀପ ଦେଶର ସର୍ବାଧିକ କ୍ଷମତା ବିଶିଷ୍ଟ ବନ୍ଦର ହୋଇଯିବ। ସ୍ମାର୍ଟ ପୋର୍ଟ ସିଟି ପରେ ବର୍ତ୍ତମାନ ତୁଳନାରେ ବନ୍ଦରର ପରିବହନ କ୍ଷମତା ୩ ଗୁଣ ବଢିଯିବ। ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ତଥ୍ୟରୁ ଜଣାପଡିଛି କେନ୍ଦ୍ର ସରକାର ଗୁଜରାଟର କାଣ୍ଡଲା ଓ ପାରାଦୀପକୁ ସ୍ମାର୍ଟ ପୋର୍ଟ ସିଟି ଲାଗି ଚୟନ କରିଛନ୍ତି। ୮୦୦ […]

paradeep

paradeep

Rakesh Mallick
  • Published: Saturday, 23 July 2016
  • Updated: 23 July 2016, 10:31 PM IST

Sports

Latest News

paradeepପାରାଦୀପ: ପାରାଦୀପ ବନ୍ଦରରେ ସ୍ମାର୍ଟ ପୋର୍ଟ ସିଟି ପ୍ରତିଷ୍ଠା ହେବ। ଏଥିପାଇଁ ବନ୍ଦର ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା କାର୍ଯ୍ୟକାରୀ ହେଲେ ପାରାଦୀପ ଦେଶର ସର୍ବାଧିକ କ୍ଷମତା ବିଶିଷ୍ଟ ବନ୍ଦର ହୋଇଯିବ। ସ୍ମାର୍ଟ ପୋର୍ଟ ସିଟି ପରେ ବର୍ତ୍ତମାନ ତୁଳନାରେ ବନ୍ଦରର ପରିବହନ କ୍ଷମତା ୩ ଗୁଣ ବଢିଯିବ।

ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ତଥ୍ୟରୁ ଜଣାପଡିଛି କେନ୍ଦ୍ର ସରକାର ଗୁଜରାଟର କାଣ୍ଡଲା ଓ ପାରାଦୀପକୁ ସ୍ମାର୍ଟ ପୋର୍ଟ ସିଟି ଲାଗି ଚୟନ କରିଛନ୍ତି। ୮୦୦ ଏକର ପରିମିତ ଜମିରେ ଏହି ପୋର୍ଟ ସିଟିର ବିକାଶ କରାଯିବ। ଏହାଦ୍ୱାରା ପାରାଦୀପର ରୂପରେଖ ବଦଳି ଯିବ। ଏଥିରେ ମଲ୍‌ଟି ମୋଡାଲ ଲଜିଷ୍ଟିକ ପାର୍କ ଓ ଇଣ୍ଡଷ୍ଟ୍ରିଆଲ ପ୍ରୋସେସିଂ ୟୁନିଟ୍‌ ରହିବ। ଓଡ଼ିଶା ସିଫୁଡ କାରବାରରେ ଆଗରେ ଥିବାରୁ ଅଗଷ୍ଟ ୨୦୧୭ ସୁଦ୍ଧା ୫୦୦ କୋଟି ଟଙ୍କା ବ୍ୟୟରେ ଏକ ସିଫୁଡ କଣ୍ଟେନର ଟର୍ମିନାଲ ଖୋଲିବାକୁ ଯୋଜନା ରହିଛି। ୨୦୨୦ ସୁଦ୍ଧା ବନ୍ଦର ୯୭ ପ୍ରତିଶତ ମେକାନାଇଜଡ ହେବ। ୨୦୨୫ ସୁଦ୍ଧା ଏହା ଦେଶର ସର୍ବାଧିକ ମାଲ ପରିବହନ କ୍ଷମତା ବିଶିଷ୍ଟ ବନ୍ଦରରେ ପରିଣତ ହେବ। ବର୍ତ୍ତମାନ ପାରାଦୀପର ମାଲ ପରିବହନ କ୍ଷମତା ୧୨୭ ନିୟୁତ ଟନ୍‌ ରହିଛି। ୨୦୨୫ ସୁଦ୍ଧା ଏହା ୩୨୫ ନିୟୁତ ଟନ୍‌ରେ ପହଞ୍ଚିବ।

ବନ୍ଦର ଟ୍ରଷ୍ଟ ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି, “ସିଫୁଡ୍‌ ଟର୍ମିନାଲ ଖୋଲିବା ପରେ କଣ୍ଟେନର ସର୍ଭିସ ଏଠାରୁ ମିଳି ପାରିବ। ଏବେ ହଳଦିଆ, ଭାଇଜାଗକୁ ସିଫୁଡ୍‌ ଯାଇ ସେଠାରୁ ବିଭିନ୍ନ ସ୍ଥାନକୁ ରତ୍ପାନୀ ହେଉଛି। ଏହି ଟର୍ମିନାଲ ହୋଇଯିବା ପରେ ଏଠାରୁ ସିଧାସଳଖ ସିଫୁଡ ରତ୍ପାନୀ ହୋଇ ପାରିବ।”

ସେ କହିଛନ୍ତି, “କେନ୍ଦ୍ରର ସାଗରମାଳା ପ୍ରକଳ୍ପ ମାଧ୍ୟମରେ ୮୨୦୦ କୋଟି ଟଙ୍କା ବ୍ୟୟରେ ପାରାଦୀପରେ ଏକ ଆଉଟର ହବ୍‌ ନିର୍ମାଣ ପାଇଁ ଯୋଜନା ରହିଛି। ଏଥିପାଇଁ ଦୁଇମାସ ମଧ୍ୟରେ ଉପଦେଷ୍ଟା ନିଯୁକ୍ତି ହେବେ। ୨୦୧୫-୧୬ରେ ପାରାଦୀପ ବନ୍ଦରର ଆୟ ୧୧୭୩ କୋଟି ଟଙ୍କା ଥିଲା। ଚଳିତବର୍ଷ ଏହା ୧୨୦୦ କୋଟି ଟଙ୍କା ଟପିବ ବୋଲି ଆଶା କରାଯାଉଛି।”

“ପାରାଦୀପକୁ ଆସୁଥିବା ଜାହାଜ ଗୁଡିକର ସୁରକ୍ଷା ଓ ଟ୍ରାଫିକ କଣ୍ଟ୍ରୋଲ ୟୁନିଟ୍‌କୁ ମଧ୍ୟ ପୂର୍ବାପେକ୍ଷା ବିକଶିତ କରାଯାଇଛି। ବନ୍ଦର ଉପରେ ତଟରକ୍ଷୀ ବାହିନୀ ୨୪ ଘଣ୍ଟିଆ ନଜର ରହିଛି” ବୋଲି କହିଛନ୍ତି ବନ୍ଦର ଟ୍ରଷ୍ଟ ଡେପୁଟି ଟ୍ରାଫିକ ମ୍ୟାନେଜର ଅକ୍ଷୟ କୁମାର ସାହୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos