ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ରବିବାର ଜାରି କରିଛି ନୂଆ ସରଳ ଆୟକର ରିଟର୍ଣ୍ଣ ଫର୍ମ। ତିନି ପୃଷ୍ଠା ସମ୍ବଳିତ ଏହି ଆୟକର ରିଟର୍ଣ୍ଣ ଫର୍ମରୁ ଦୁଇଟି ବିବାଦୀୟ ପ୍ରସଙ୍ଗକୁ ବାଦ୍ ଦିଆଯାଇଛି। ଫଳରେ ରିଟର୍ଣ୍ଣ ଫାଇଲ ବେଳେ ବିଦେଶ ଗସ୍ତ ସଂପର୍କରେ ବିସ୍ତୃତ ବିବରଣୀ ଦେବାକୁ ହେବ ନାହିଁ କିମ୍ବା ନିଷ୍କ୍ରିୟ ବ୍ୟାଙ୍କ ଆକାଉଣ୍ଡ ସଂପର୍କରେ ତଥ୍ୟ ଦେବାକୁ ହେବ ନାହିଁ। ସରକାର ପ୍ରାରମ୍ଭରେ ଏହି ଦୁଇଟିକୁ ରଖିବା ଫଳରେ ବିବାଦ ଦେଖା ଦେଇଥିଲା। ବିଭିନ୍ନ ବର୍ଗରୁ ଏହାକୁ ବିରୋଧ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ଦୁଇଟି ପ୍ରସ୍ତାବକୁ ନୂଆ ସରଳ ଆୟକର ରିଟର୍ଣ୍ଣ ଫର୍ମରେ ସାମିଲ କରି ନାହାନ୍ତି। ଏହି ଫର୍ମ ଅନୁଯାୟୀ ବିଦେଶ ଗସ୍ତ ସଂପର୍କରେ ସବିଶେଷ ସୂଚନା ଦେବାକୁ ହେବ ନାହିଁ। କେବଳ ପାସ୍ ପୋର୍ଟ ସଂପର୍କରେ ସୂଚନା ଦେବାକୁ ହେବ। ଏହା ସହିତ ଆୟକର ରିଟର୍ଣ୍ଣର ଶେଷ ତାରିଖକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସରକାର ବଢ଼ାଇ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Business
ଧାମନଗର ଟେକ୍ସଟାଇଲ ପାର୍କ ପାଇଁ ୪ ହଜାର କୋଟି ମଞ୍ଜୁର; ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସୂର୍ଯ୍ୟବଂଶୀ ସୂରଜ
ଏହି ଉଦ୍ୟୋଗ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାର ନିଯୁକ୍ତି ସୃଷ୍ଚି ହେବ ଏବଂ ଭଦ୍ରକ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇପାରିବ।