ଭୁବନେଶ୍ୱର: ବିଶ୍ୱ ବଜାରରେ ଆଲୁମିନିୟମ୍ ଦର ହ୍ରାସ ପାଇଥିବାରୁ ବଜାରକୁ ଦେଖି ବ୍ୟବସାୟ ପାଇଁ ନୂଆ ଯୋଜନା ବନାଇବ ନାଲକୋ। ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ଏହି ସୂଚନା ଦେଇଛନ୍ତି। ନାଲକୋର ନୂଆ ଚେୟାରମ୍ୟାନ୍ ତଥା ମ୍ୟାନେଜିଂ ଡାଇରେକ୍ଟର ତପନ କୁମାର ଚାନ୍ଦ। ଏହାପୂର୍ବରୁ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡରେ କମର୍ସିଆଲ୍ ଡାଇରେକ୍ଟର ଭାବେ କାର୍ଯ୍ୟରତ ତପନ କୁମାର ନାଲକୋର ଅଭିବୃଦ୍ଧି ପାଇଁ ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ଏଥିସହ କମ୍ପାନୀର ସୁପରିଚାଳନା, ଗୋଷ୍ଠୀ କଲ୍ୟାଣ ତଥା କର୍ମଚାରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ତପନଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ କଣ୍ଟାପଡ଼ା ଗାଁରେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକରେ ଟପ୍ପର ହୋଇ ଗୋଲ୍ଡ ମେଡାଲ ପାଇବା ସହ ଛାତ୍ର ସଂସଦର ସଭାପତି ମଧ୍ୟ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।
Business
ସକାଳେ ଥିଲା ମିଟିଂ, ଯୋଗଦେଇ ନ ପାରିବାରୁ ୯୯ ଜଣଙ୍କୁ କାଢିଦେଲେ CEO
୧୧୦ କର୍ମଚାରୀଙ୍କ ମଧ୍ୟରୁ ୯୯ ଜଣଙ୍କୁ ଏକା ସାଙ୍ଗରେ ବାହାର କରିଛି କମ୍ପାନୀ।
Business
ପ୍ରତି ପଞ୍ଚାୟତରେ ଖୋଲିବ କ୍ଷୀର ଧାରା କେନ୍ଦ୍ର: ମନ୍ତ୍ରୀ
ନୂଆ ପ୍ରଡକ୍ଟ ନେଇ ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ବହୁ ନୂଆ ପ୍ରଡକ୍ଟ ଆଣିବାକୁ ଯାଉଛି। ଲୋକଙ୍କ ଆବଶ୍ୟକତାକୁ ଦେଖି ଓମ୍ଫେଡ୍ର ଟେଟ୍ରାପେକ୍, ପାଣି ପାଉଚ୍, ଆଇସକ୍ରିମ୍, ଚକୋଲେଟ୍ ଆଦି ତିଆରି କରିବ।
Technology
ପାର୍ବଣରେ ହାଇ ଡିମାଣ୍ଡ, ଭାରତରେ ବିକ୍ରି ହୋଇଛି ୩.୯୩ ଲକ୍ଷ କାର୍
ଚଳିତ ବର୍ଷ ପାର୍ବଣ ଋତୁରେ ରେକର୍ଡ ସଂଖ୍ୟକ ଦୁଇ ଚକିଆ ଓ ଚାରି ଚକିଆ ଯାନ ବିକ୍ରି ହୋଇଛି।
Business
ମୋଦିଙ୍କ ଶାସନରେ କମିଛି ମଧ୍ୟବିତ୍ତଙ୍କ ମୁଣ୍ଡରୁ ଟିକସ ବୋଝ
ମୋଦି ସରକାର ଲାଗୁ କରିଥିବା ଶକ୍ତିଶାଳୀ ଟିକସ ଚୋରି ନିରୋଧ ଆଇନ ଓ କଳା ଟଙ୍କା ଆଇନ ଯୋଗୁ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ରିଟର୍ଣ୍ଣ ଫାଇଲ କରିବା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।