Advertisment

ଆଜିଠୁ ନୂଆ ଆୟକର ନିୟମ ଲାଗୁ; ବାର୍ଷିକ ଆୟ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବନି ଟ୍ୟାକ୍ସ

ଗତ ବଜେଟ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଅନୁସାରେ ଲାଗୁ ହେବ ନୂଆ ଆୟକର ନିୟମ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଆଜିଠାରୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ। ଲାଗୁ ହେବ ନୂଆ ଆୟକର ନିୟମ। ଗତ ବଜେଟ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଅନୁସାରେ, ଆଜିଠୁ ପୂର୍ବଭଳି ନୂଆ ଓ ପୁରୁଣା ଟ୍ୟାକ୍ସ ରେଜିମ୍ କାଏମ ରହିଲେ ବି ଟ୍ୟାକ୍ସ ଫାଇଲିଂ ବେଳେ ନୂଆ ଟ୍ୟାକ୍ସ ରେଜିମ୍ ଡିଫଲ୍ଟ ଅପସନ୍ ରହିବ। 

Advertisment

ନୂଆ ରେଜିମରେ ଅନେକ ନୂଆ ସୁବିଧା ରହିଛି। ନୂଆ ରେଜିମରେ ୭ ଲକ୍ଷ ଟଙ୍କା ବାର୍ଷିକ ଆୟ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ତା ସହିତ ୫୦ ହଜାରର ଷ୍ଟାଣ୍ଡାର୍ଡ ଡିଡକସନକୁ ମିଶାଇଲେ ୭ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଦେବାକୁ ପଡ଼ିବନି। 

ଯଦି ଏହାଠାରୁ ଅଧିକ ବାର୍ଷିକ ଆୟ ହେଉଥିବ, ତେବେ ୩ ଲକ୍ଷ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ୩ ଲକ୍ଷରୁ ୬ ଲକ୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ, ୬ ଲକ୍ଷରୁ ୯ ଲକ୍ଷ ପର୍ଯ୍ୟନ୍ତ ୧୦ ପ୍ରତିଶତ, ୯ ଲକ୍ଷରୁ ୧୨ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ, ୧୨ ଲକ୍ଷରୁ ୧୫ ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ଓ ୧୫ ଲକ୍ଷରୁ ଅଧିକ ହେଲେ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ। 

Advertisment

ନୂଆ ଟ୍ୟାକ୍ସ ରେଜିମରେ ୭ ଲକ୍ଷ ଟଙ୍କାକୁ ରିବେଟ୍ ସୀମା ବୃଦ୍ଧି ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। ତେବେ ଜଣେ ଚାହିଁଲେ ପୁରୁଣା ରେଜିମକୁ ଫେରି ପାରିବେ। ପୁରୁଣା ରେଜିମର ଟ୍ୟାକ୍ସ ସ୍ଲାବ ହେଲା- ଶୂନରୁ ୨ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ।

୨ ଲକ୍ଷ ୫୦ ହଜାରରୁ ୫ ଲକ୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ, ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ଏବଂ ୧୦ ଲକ୍ଷରୁ ଅଧିକ ହେଲେ ୩୦ ପ୍ରତିଶତ ଆୟକର ଲାଗିବ। ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ରିବେଟ୍ ସୁବିଧା ରହିଛି। ପୁରୁଣା ଟ୍ୟାକ୍ସ ରେଜିମରେ ପୂର୍ବ ପରି ବିଭିନ୍ନ ପ୍ରକାର ଡିଡକ୍ସନ ସୁବିଧା ଅପରିବର୍ତ୍ତିତ ରହିଛି। 

ନୂଆ ଟ୍ୟାକ୍ସ ବ୍ୟବସ୍ଥାରେ ପୁରୁଣା ରେଜିମ୍ ପରି ରିହାତି ନାହିଁ। କେବଳ ଷ୍ଟାଣ୍ଡାର୍ଡ ଡିଡକସନ୍ ୫୦ ହଜାର ଓ ଏନପିଏସ(ନ୍ୟାସନାଲ ପେନସନ୍ ସିଷ୍ଟମ)ରେ ବିନିଯୋଗ କରିଥିଲ ରିହାତି ବ୍ୟବସ୍ଥା ଅଛି।