ଗତ ଆର୍ଥିକ ବର୍ଷରେ ସବୁଠୁ ଅଧିକ ଲାଭ କରିଛି ମୁକେଶ ଅମ୍ବାନୀଙ୍କ ଆରଆଇଏଲ୍

ମୁମ୍ବାଇ: ୨୦୧୪-୧୫ ଆର୍ଥିକ ବର୍ଷରେ ବିଭିନ୍ନ କଂପାନୀ ପାଇଥିବା ଲାଭର ଚିତ୍ର ପ୍ରାୟ ସ୍ପଷ୍ଟ ହୋଇସାରିଲାଣି। ଏଥିରୁ ଜଣାପଡ଼ିଛି ଯେ ଏହି ଆର୍ଥିକ ବର୍ଷରେ ସବୁଠୁ ଅଧିକ ମୁନାଫା କମାଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍। ତା’ତଳକୁ ରହିଛନ୍ତି ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ଓ ସରକାରଙ୍କ ଦ୍ୱାରା ପରିଚାଳିତ ଓଏଲ ଓ ଗ୍ୟାସ୍ କର୍ପୋରେସନ୍ ବା ଓଏନଜିସି। ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆରଆଇଏଲ) ୨୦୧୪-୧୫ ଆର୍ଥିକ ବର୍ଷରେ ୨୩,୫୬୬ କୋଟି ଟଙ୍କା ଲାଭ କରିଛି। ୨୦୧୩-୧୪ […]

mukesh'sril

mukesh'sril

Rakesh Mallick
  • Published: Sunday, 31 May 2015
  • Updated: 31 May 2015, 01:19 PM IST

Sports

Latest News

ମୁମ୍ବାଇ: ୨୦୧୪-୧୫ ଆର୍ଥିକ ବର୍ଷରେ ବିଭିନ୍ନ କଂପାନୀ ପାଇଥିବା ଲାଭର ଚିତ୍ର ପ୍ରାୟ ସ୍ପଷ୍ଟ ହୋଇସାରିଲାଣି। ଏଥିରୁ ଜଣାପଡ଼ିଛି ଯେ ଏହି ଆର୍ଥିକ ବର୍ଷରେ ସବୁଠୁ ଅଧିକ ମୁନାଫା କମାଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍। ତା’ତଳକୁ ରହିଛନ୍ତି ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ଓ ସରକାରଙ୍କ ଦ୍ୱାରା ପରିଚାଳିତ ଓଏଲ ଓ ଗ୍ୟାସ୍ କର୍ପୋରେସନ୍ ବା ଓଏନଜିସି।

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆରଆଇଏଲ) ୨୦୧୪-୧୫ ଆର୍ଥିକ ବର୍ଷରେ ୨୩,୫୬୬ କୋଟି ଟଙ୍କା ଲାଭ କରିଛି। ୨୦୧୩-୧୪ ଆର୍ଥିକ ବର୍ଷ ଠାରୁ ଏହି ଆର୍ଥିକ ବର୍ଷରେ ୪.୮% ଅଧିକ ଲାଭ ହୋଇଛି। ୨୦୧୩-୧୪ରେ କଂପାନୀର ଲାଭର ପରିଣାମ ୨୨,୪୯୩ କୋଟି ଟଙ୍କା ଥିଲା।

୨୦୧୪-୧୫ରେ ଦେଶରେ ଦ୍ୱିତୀୟ ସର୍ବାଧିକ ମୁନାଫା କମାଇଥିବା କଂପାନୀ ହେଉଛି ଟିସିଏସ୍। ଏହି ଆର୍ଥିକ ବର୍ଷରେ କଂପାନୀ ମୋଟ ୧୯,୮୫୨ କୋଟି ଟଙ୍କା ଲାଭ କରିଛି। ୨୦୧୩-୧୪ ଆର୍ଥିକ ବର୍ଷ ଠାରୁ ଏହି ଲାଭ ୩.୫୯% ଅଧିକ ରହିଛି। ୨୦୧୩-୧୪ରେ ଟିସିଏସ୍ ୧୯,୧୬୩.୮୭ କୋଟି ଟଙ୍କା ଲାଭ କରିଥିଲା।

ସେହିପରି ତୃତୀୟ ସ୍ଥାନରେ ଥିବା ଓଏନଜିସି ୨୦୧୪-୧୫ ଆର୍ଥିକ ବର୍ଷରେ ୧୮,୩୩୪ କୋଟି ଟଙ୍କା ଲାଭ କରିଛି। ତେବେ କଂପାନୀର ଲାଭ ୨୦୧୩-୧୪ ଆର୍ଥିକ ବର୍ଷ ଅପେକ୍ଷା ୩୦.୮୩% କମିଛି। ୨୦୧୩-୧୪ ଆର୍ଥିକ ବର୍ଷରେ କଂପାନୀର ଲାଭର ପରିମାଣ ରହିଥିଲା ୨୬,୫୦୬.୫୩ କୋଟି ଟଙ୍କା।

୨୦୧୪-୧୫ରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ) ୧୬,୯୯୪ କୋଟି ଟଙ୍କା ଲାଭ କରି ଥିବା ବେଳେ ଟାଟା ମୋଟରର୍ସ ୧୩,୯୮୬ କୋଟି ଟଙ୍କା ଲାଭ କରିଛି। ସେହିପରି ଏହି ଆର୍ଥିକ ବର୍ଷରେ କୋଲ୍ ଇଣ୍ଡିଆ ଲାଭ କରିଛି ୧୩,୭୨୭ କୋଟି ଟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos