"ଟେଲିଭିଜନ ବାଇଟ୍ ଆଉ ଟୁଇଟରେ କମିବନି ତେଲ ଦର"

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଖାଲି ଟୁଇଟ୍ ଆଉ ବାଇଟରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ ନାହିଁ। ଦୁଇଦିନ ପୂର୍ବରୁ କେନ୍ଦ୍ର ସରକାର ଉଭୟ ତୈଳ ଉପରେ ଲାଗୁ ହେଉଥିବା ଉତ୍ପାଦ ଶୁଳ୍କ ଦେଢ଼ ଟଙ୍କା ହ୍ରାସ କରିବା ପରେ ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ୍ ଜେଟଲୀ ସମାଲୋଚକଙ୍କ ଉଦ୍ଦେଶ୍ୟରେ ଏଭଳି ତୋପ ଛାଡିଛନ୍ତି। ନିଜ ପକ୍ଷରୁ ଶୁଳ୍କ ହ୍ରାସ କରିବା ପରେ ଜେଟଲୀ ରାଜ୍ୟ ସରକାରଗୁଡ଼ିକୁ ମୂଲ୍ୟଯୁକ୍ତ ଟିକସ(ଭାଟ୍) ହ୍ରାସ କରିବା ପାଇଁ କହିଛନ୍ତି। […]

jetly1

jetly1

Tapas Behera
  • Published: Saturday, 06 October 2018
  • Updated: 06 October 2018, 09:34 PM IST

Sports

Latest News

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଖାଲି ଟୁଇଟ୍ ଆଉ ବାଇଟରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ ନାହିଁ। ଦୁଇଦିନ ପୂର୍ବରୁ କେନ୍ଦ୍ର ସରକାର ଉଭୟ ତୈଳ ଉପରେ ଲାଗୁ ହେଉଥିବା ଉତ୍ପାଦ ଶୁଳ୍କ ଦେଢ଼ ଟଙ୍କା ହ୍ରାସ କରିବା ପରେ ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ୍ ଜେଟଲୀ ସମାଲୋଚକଙ୍କ ଉଦ୍ଦେଶ୍ୟରେ ଏଭଳି ତୋପ ଛାଡିଛନ୍ତି। ନିଜ ପକ୍ଷରୁ ଶୁଳ୍କ ହ୍ରାସ କରିବା ପରେ ଜେଟଲୀ ରାଜ୍ୟ ସରକାରଗୁଡ଼ିକୁ ମୂଲ୍ୟଯୁକ୍ତ ଟିକସ(ଭାଟ୍) ହ୍ରାସ କରିବା ପାଇଁ କହିଛନ୍ତି। କେତେକ ବିଜେପି ଶାସନାଧୀନ ରାଜ୍ୟ ଭାଟ ହ୍ରାସ ଘୋଷଣା କରିଥିବା ବେଳେ ଓଡ଼ିଶା ସମେତ ଏକାଧିକ ରାଜ୍ୟ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି।

ଏଣେ ତୈଳ ଦର ଜନସାଧାରଣଙ୍କ ପକେଟକୁ ଶୋଷି ନେଉଥିବା ବେଳେ ବିରୋଧୀଦଳଗୁଡିକ ଏହାକୁ ସମାଲୋଚନା କରୁଛନ୍ତି। ଏହାର ଜବାବରେ ଜେଟଲୀ ଫେସବୁକରେ ଲେଖିଛନ୍ତି , କେବଳ ଟେଲିଭିଜନ ବାଇଟ୍ ଏବଂ ଟୁଇଟ୍ ରେ ତୈଳ ଦର ହ୍ରାସ ପାଇବ ନାହିଁ। ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡିକ ଉତ୍ପାଦନ ହ୍ରାସ କରିଥିବାରୁ ଏବେ ଚାହିଦା ତୁଳନାରେ ଯୋଗାଣ ହ୍ରାସ ପାଇଛି।

ଲିବ୍ୟା ଏବଂ ଭେନେଜୁଏଲା ଭଳି ତୈଳ ଉତ୍ପାଦନକାରୀ ରାଷ୍ଟ୍ର ମଧ୍ୟରେ ରାଜନୈତିକ ତିକ୍ତତା ଜାରି ରହିଛି। ଏହା ତୈଳ ଦର ବୃଦ୍ଧିର ଆଉ ଏକ କାରଣ ବୋଲି ସେ ଦର୍ଶାଇଛନ୍ତି।  ସେ କହିଛନ୍ତି, ଯଦିଓ ତୈଳଦର ବୃଦ୍ଧି ସକାଶେ ସରକାରଙ୍କ କରେଣ୍ଟ୍ ଆକାଉଣ୍ଟ୍ ଡେଫିସିଟ୍ ବୃଦ୍ଧି ପାଇଛି, ତେବେ ମଧ୍ୟ ଟିକସ ଆଦାୟ ବୃଦ୍ଧି ପାଇଛି ଏବଂ ଭାରତରେ ମୂଳ ଅର୍ଥନୈତିକ ଅବସ୍ଥା ଯଥେଷ୍ଟ ଭଲ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos