ବଜାରକୁ ଆସୁଛି ବହୁପ୍ରତିକ୍ଷିତ OnePlus 6T, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ:ବହୁପ୍ରତିକ୍ଷିତ OnePlus 6T ସ୍ମାର୍ଟଫୋନ୍‌ ଆଜି ଲଞ୍ଚ ହେବ। ପୂର୍ବରୁ ଏହି ସ୍ମାର୍ଟ ଫୋନ୍‌ ଅକ୍ଟୋବର ୩୦ରେ ଲଞ୍ଚ ହେବ ବୋଲି ଧାର୍ଯ୍ୟ ହୋଇଥିଲା। କିନ୍ତୁ ଅକ୍ଟୋବର ୩୦ରେ ଆପଲ୍‌ର ଇଭେଣ୍ଟ ଥିବାରୁ ଏହାର ତାରିଖ ବଦଳାଯାଇଥିଲା। OnePlus 6T ଫୋନ୍‌ର ଲଞ୍ଚ ନ୍ୟୁୟର୍କରେ କରାଯିବ। ଆଜି ଆମରିକାରେ ଏହି ଫୋନ୍‌ ଲଞ୍ଚ କରାଯିବା ପରେ ୩୦ରେ ଏନେଇ ଭାରତରେ କମ୍ପାନୀ ପକ୍ଷରୁ ଏକ ଇଭେଣ୍ଟର ଆୟୋଜନ କରାଯାଉଛି।  ତେବେ ଆସନ୍ତୁ ଜାଣିବା ଏହି ଫୋନ୍‌ର ବିଶେଷତ୍ୱ […]

OnePlus-6T-Gelekt-1-580x375

OnePlus-6T-Gelekt-1-580x375

Tapas Behera
  • Published: Monday, 29 October 2018
  • Updated: 29 October 2018, 07:12 PM IST

Sports

Latest News

ନୂଆଦିଲ୍ଲୀ:ବହୁପ୍ରତିକ୍ଷିତ OnePlus 6T ସ୍ମାର୍ଟଫୋନ୍‌ ଆଜି ଲଞ୍ଚ ହେବ। ପୂର୍ବରୁ ଏହି ସ୍ମାର୍ଟ ଫୋନ୍‌ ଅକ୍ଟୋବର ୩୦ରେ ଲଞ୍ଚ ହେବ ବୋଲି ଧାର୍ଯ୍ୟ ହୋଇଥିଲା। କିନ୍ତୁ ଅକ୍ଟୋବର ୩୦ରେ ଆପଲ୍‌ର ଇଭେଣ୍ଟ ଥିବାରୁ ଏହାର ତାରିଖ ବଦଳାଯାଇଥିଲା। OnePlus 6T ଫୋନ୍‌ର ଲଞ୍ଚ ନ୍ୟୁୟର୍କରେ କରାଯିବ।

ଆଜି ଆମରିକାରେ ଏହି ଫୋନ୍‌ ଲଞ୍ଚ କରାଯିବା ପରେ ୩୦ରେ ଏନେଇ ଭାରତରେ କମ୍ପାନୀ ପକ୍ଷରୁ ଏକ ଇଭେଣ୍ଟର ଆୟୋଜନ କରାଯାଉଛି।  ତେବେ ଆସନ୍ତୁ ଜାଣିବା ଏହି ଫୋନ୍‌ର ବିଶେଷତ୍ୱ କ’ଣ ରହିଛି। OnePlus 6 ଭଳି OnePlus 6T ଫୋନ୍‌ର ଆକାର ଏକାଭଳି ଆସିବ । ତେବେ ଫିଚର଼ରେ କିଛିଟା ପରିବର୍ତ୍ତନ ଆସିବ। OnePlus 6T ଫୋନ୍‌ରେ 845 processor, 8GB  RAM, 256GB ଷ୍ଟୋରେଜ୍‌ ଆଦି ସୁବିଧା ରହିବ।

ସେହିପରି ଏଥିରେ ଡ୍ୟୁଆଲ ରିଅର କ୍ୟାମେରା  ବି ରହିବ। ତେବେ 8GB  RAM ଏବଂ  ୧୮ଜିବ ରାମ୍‌ ଥିବା ଫୋନ୍‌ର ମୂଲ୍ୟ 47,400 ଟଙ୍କା ଆସିବ ବୋଲି ଚର୍ଚ୍ଚା ହେଉଛି। ହେଲେ ଅଦ୍ୟାବଧି ଏହି ଫୋନ୍‌ର ମୂଲ୍ୟ ନେଇ ସ୍ଥିର ହୋଇ ନାହିଁ। ତେବେ ଆପଣ ଏହାକୁ ଆମାଜନ୍‌ରେ ଅର୍ଡ଼ର କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos