ପ୍ରଥମ ପର୍ଯ୍ୟାୟରେ ୨,୨୪୦ଟି ଗରାଖ ପାଇଲେ Freedom 251 ମୋବାଇଲ

ନୂଆଦିଲ୍ଲୀ: କ୍ୟାଶ୍‌ ଅନ୍‌ ଡେଲିଭରି (ସିଓଡି) ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ବୁକ୍ ହୋଇଥିବା ୨,୨୪୦ଟି ‘Freedom 251’ ସ୍ମାର୍ଟଫୋନ୍‌କୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇଛି ନୋଇଡାରେସ୍ଥିତ କମ୍ପାନୀ ରିଙ୍ଗିଙ୍ଗ ବେଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌। ଏହି ଫୋନର ଦର ରହିଥିଲା ମାତ୍ର ୨୫୧ ଟଙ୍କା। କମ୍ପାନୀ ପକ୍ଷରୁ ଏହି ଫୋନ୍‌କୁ ଆଜି ସୁଦ୍ଧା ପଶ୍ଚିମବଙ୍ଗର ୫୪୦ ଜଣ ଗ୍ରାହକଙ୍କୁ, ହରିୟାଣାରେ ୩୯୦ ଜଣ, ହିମାଚଳ ପ୍ରଦେଶରେ ୬୦୫ ଜଣ, ବିହାରରେ ୪୮୪ ଜଣ ଓ ଉତ୍ତରାଖଣ୍ଡରେ ୨୨୧ ଜଣ ଗ୍ରାହକଙ୍କୁ […]

Ringing-Bells-announces-delivery-of-first-2240-units-of-Freedom-251

Ringing-Bells-announces-delivery-of-first-2240-units-of-Freedom-251

Rakesh Mallick
  • Published: Monday, 11 July 2016
  • Updated: 11 July 2016, 06:58 PM IST

Sports

Latest News

ନୂଆଦିଲ୍ଲୀ: କ୍ୟାଶ୍‌ ଅନ୍‌ ଡେଲିଭରି (ସିଓଡି) ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ବୁକ୍ ହୋଇଥିବା ୨,୨୪୦ଟି ‘Freedom 251’ ସ୍ମାର୍ଟଫୋନ୍‌କୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇଛି ନୋଇଡାରେସ୍ଥିତ କମ୍ପାନୀ ରିଙ୍ଗିଙ୍ଗ ବେଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌।

ଏହି ଫୋନର ଦର ରହିଥିଲା ମାତ୍ର ୨୫୧ ଟଙ୍କା।

କମ୍ପାନୀ ପକ୍ଷରୁ ଏହି ଫୋନ୍‌କୁ ଆଜି ସୁଦ୍ଧା ପଶ୍ଚିମବଙ୍ଗର ୫୪୦ ଜଣ ଗ୍ରାହକଙ୍କୁ, ହରିୟାଣାରେ ୩୯୦ ଜଣ, ହିମାଚଳ ପ୍ରଦେଶରେ ୬୦୫ ଜଣ, ବିହାରରେ ୪୮୪ ଜଣ ଓ ଉତ୍ତରାଖଣ୍ଡରେ ୨୨୧ ଜଣ ଗ୍ରାହକଙ୍କୁ ଡେଲିଭରି କରାଯାଇଛି।

କ୍ୟାଶ୍‌ ଅନ୍‌ ଡେଲିଭରି ବେଳେ ଗ୍ରାହକମାନେ ୨୯୧ ଟଙ୍କା (୨୫୧ ଟଙ୍କା ଫୋନ୍‌ ବିଲ ଓ ସିପିଂ ଚାର୍ଜ ୪୦ ଟଙ୍କା) ଦେବାକୁ ପଡିବ।

ଫେବ୍ରୁଆରୀ ୧୮ ତାରିଖରୁ ଏହି କଂପାନୀ ତା’ର ୱେବସାଇଟ୍ freedom251.com ମାଧ୍ୟମରେ ଗ୍ରାହକମାନଙ୍କୁ ଏହି ମୋବାଇଲ୍ କିଣିବାକୁ ଆହ୍ୱାନ କରିଥିଲା। ଏଥିରେ ଲକ୍ଷାଧିକ ଗ୍ରାହକ ପଞ୍ଜୀକୃତ ହୋଇଥିଲେ।

Freedom 251 ହେଉଛି ଏକ ୪ ଇଞ୍ଚ୍ qHd ଡିସପ୍ଲେ ଯୁକ୍ତ ସ୍ମାର୍ଟଫୋନ୍। ଏହା 960×540 ପିକ୍ସେଲ୍ ରିଜୋଲୁସନ୍ ବିଶିଷ୍ଟ ସ୍ମାର୍ଟଫୋନ୍। ଏହି ହ୍ୟାଣ୍ଡସେଟ୍‌ରେ ଅଛି 1.3GHz କ୍ୱାଡ୍-କୋର୍ ପ୍ରୋସେସର୍। ଏହା Android 5.1 Lollipop ଅପରେଟିଂ ସିଷ୍ଟମରେ ଚାଲୁଛି। ଏଥିରେ 1GB RAM ରହିଥିବା ବେଳେ 8GBର ଇଣ୍ଟରନାଲ୍ ଷ୍ଟୋରେଜ୍ ରହିଛି ଯାହାକୁ ପରେ ଏକ microSD କାର୍ଡ ବ୍ୟବହାର କରାଯାଇ 32GBକୁ ପରିବର୍ଦ୍ଧିତ କରା ଯାଇପାରିବ।

ଏହି ସ୍ମାର୍ଟ ଫୋନ୍‌ରେ ଆପଣ ଫଟୋ ମଧ୍ୟ ଉଠାଇପାରିବେ। ଏଥିପାଇଁ ଏଥିରେ 3.2MPର ଏକ ରିୟର କ୍ୟାମେରା ଓ 0.3MP ଏକ ଫ୍ରଣ୍ଟ୍ କ୍ୟାମେରା ରହିଛି।

Freedom 251ରେ ଏକ 1,450mAh ବ୍ୟାଟେରୀ ଅଛି। ଥରେ ଚାର୍ଜ କଲେ ଏହା ଦିନ ତମାମ ଚାଲିବ ବୋଲି କଂପାନୀ ପକ୍ଷରୁ ଦାବି କରାଯାଇଛି।

ଏହି ସ୍ମାର୍ଟଫୋନ୍ ଉପରେ କଂପାନୀ ୧ ବର୍ଷ ୱାରେଣ୍ଟି ଦେଉଛି। ସାରା ଦେଶରେ ରିଙ୍ଗିଙ୍ଗ୍ ବେଲ୍ସର ୬୫୦ଟି ସର୍ଭିସ୍ ସେଣ୍ଟର ରହିଛି।

କେନ୍ଦ୍ର ସରକାରଙ୍କ ମେକ୍ ଇନ୍ ଇଣ୍ଡିଆର ଅଂଶ ଭାବେ କଂପାନୀ ଏହି ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos