ସ୍ପାଇସ୍ ଜେଟର ସେଲିବ୍ରେସନ୍ ଅଫର, ୧୦୧୦ର ଟଙ୍କା ରିହାତି

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ୧୦ ବର୍ଷ ପୂରଣ କରିବ ସ୍ପାଇସ ଜେଟ୍। ଆଉ ୧୦ ବର୍ଷ ପୂର୍ତ୍ତି ଅବସରରେ ଏହି ବିମାନସେବା ଯୋଗାଣକାରୀ କମ୍ପାନୀ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ଅଫରର୍ ବ୍ୟବସ୍ଥା । ଏହି ଅଫରର ନାମ ରଖାଯାଇଛି ’ସେଲିବ୍ରେସନ୍ ସେଲ୍’। ଏହି ଅଫର ଅନୁଯାୟୀ ଯାତ୍ରୀମାନଙ୍କୁ ସ୍ପାଇସ୍ ଜେଟରେ ଯାତ୍ରା କରିବା ପାଇଁ ଅତିକମରେ ୧୦୧୦ ଟଙ୍କା ଡିସକାଉଣ୍ଟ ମିଳିବ। ୨୦୧୫ ମସିହାରେ ସ୍ପାଇସଜେଟ୍ ପ୍ରଥମେ ନୂଆଦିଲ୍ଲୀ ଓ ଅହମ୍ମଦାବାଦ ମଧ୍ୟରେ ବିମାନ […]

Spicejetaircraft

Spicejetaircraft

Rakesh Mallick
  • Published: Tuesday, 19 May 2015
  • Updated: 19 May 2015, 11:42 AM IST

Sports

Latest News

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ୧୦ ବର୍ଷ ପୂରଣ କରିବ ସ୍ପାଇସ ଜେଟ୍। ଆଉ ୧୦ ବର୍ଷ ପୂର୍ତ୍ତି ଅବସରରେ ଏହି ବିମାନସେବା ଯୋଗାଣକାରୀ କମ୍ପାନୀ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ଅଫରର୍ ବ୍ୟବସ୍ଥା । ଏହି ଅଫରର ନାମ ରଖାଯାଇଛି ’ସେଲିବ୍ରେସନ୍ ସେଲ୍’। ଏହି ଅଫର ଅନୁଯାୟୀ ଯାତ୍ରୀମାନଙ୍କୁ ସ୍ପାଇସ୍ ଜେଟରେ ଯାତ୍ରା କରିବା ପାଇଁ ଅତିକମରେ ୧୦୧୦ ଟଙ୍କା ଡିସକାଉଣ୍ଟ ମିଳିବ।

୨୦୧୫ ମସିହାରେ ସ୍ପାଇସଜେଟ୍ ପ୍ରଥମେ ନୂଆଦିଲ୍ଲୀ ଓ ଅହମ୍ମଦାବାଦ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରିଥିଲା । ଏକ ବୋଇଂ ୨୩୭ ଏୟାରକ୍ରାଫ୍ଟରୁ ଏହି ସେବା ଆରମ୍ଭ କରିଥିଲା ସ୍ଫାଇସଜେଟ୍। ଆଉ ଆସନ୍ତା ମେ’ ୨୩ ତାରିଖରେ ସ୍ପାଇସଜେଟ୍ ବିମାନ ସେବାକୁ ପୂରିବ ୧୦ ବର୍ଷ।

ଏହି ଅବସରରେ ମଙ୍ଗଳବାର ସ୍ପାଇସଜେଟ୍ ପକ୍ଷରୁ ବିମାନଯାତ୍ରୀ ମାନଙ୍କ ପାଇଁ ଡିସକାଉଣ୍ଟ୍ ଅଫରର ଆରମ୍ଭ କରାଯାଇଛି। ଆସନ୍ତା ତିନି ଦିନ ପାଇଁ ଏହି ଅଫର୍ ରଖାଯାଇଛି । ମେ’୨୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ଅଫର ସୁବିଧା ଉପଲବ୍ଧ ହେବ। ଯେଉଁ ଯାତ୍ରୀମାନେ ଏହି ଅଫର ଯୋଜନା ଅନୁଯାୟୀ ଟିକେଟ୍ ସଂରକ୍ଷଣ କରିବେ, ସେମାନଙ୍କୁ ଜୁଲାଇ ୧ ରୁ ଅକ୍ଟୋବର ୫,୨୦୧୫ ମଧ୍ୟରେ ଯାତ୍ରା କରିବାକୁ ହେବ। ସ୍ପାଇସ୍ ଜେଟର ସମସ୍ତ ଘରୋଇ ବିମାନ ଗୁଡିକ ପାଇଁ ଏହି ଅଫର୍ ଉପଲବ୍ଧ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos