ଟାପୁକାରା ପ୍ଲାଣ୍ଟକୁ ସଂପ୍ରସାରଣ କରିବ ହୋଣ୍ଡା; ନିବେଶ କରିବ ୩୮୦ କୋଟି

ଜୟପୁର: ରାଜସ୍ଥାନର ଟାପୁକାରାସ୍ଥିତ ଉତ୍ପାଦନ ୟୁନିଟକୁ ହୋଣ୍ଡା କାର୍ ଇଣ୍ଡିଆ ସଂପ୍ରସାରଣ କରିବ। ଆଉ ଏଥିପାଇଁ କଂପାନୀ ୩୮୦ କୋଟି ଟଙ୍କା ବ୍ୟୟ କରିବ। ଶୁକ୍ରବାର କଂପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ଏହି ସଂପ୍ରସାରଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ କଂପାନୀ ଲକ୍ଷ ରଖିଛି। ଏହି ସଂପ୍ରସାରଣ ଦ୍ୱାରା କଂପାନୀର ଉତ୍ପାଦନ କ୍ଷମତାରେ ଆହୁରି ୫୦% ଅଭିବୃଦ୍ଧି ଘଟିବ। ସଂପ୍ରସାରଣ ପରେ ଏଠାରୁ ବାର୍ଷିକ ୧.୮ ଲକ୍ଷ କାର ଉତ୍ପାଦନ କରିବାକୁ […]

HondaPlant

HondaPlant

Rakesh Mallick
  • Published: Friday, 22 May 2015
  • Updated: 22 May 2015, 03:55 PM IST

Sports

Latest News

ଜୟପୁର: ରାଜସ୍ଥାନର ଟାପୁକାରାସ୍ଥିତ ଉତ୍ପାଦନ ୟୁନିଟକୁ ହୋଣ୍ଡା କାର୍ ଇଣ୍ଡିଆ ସଂପ୍ରସାରଣ କରିବ। ଆଉ ଏଥିପାଇଁ କଂପାନୀ ୩୮୦ କୋଟି ଟଙ୍କା ବ୍ୟୟ କରିବ। ଶୁକ୍ରବାର କଂପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ଏହି ସଂପ୍ରସାରଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ କଂପାନୀ ଲକ୍ଷ ରଖିଛି। ଏହି ସଂପ୍ରସାରଣ ଦ୍ୱାରା କଂପାନୀର ଉତ୍ପାଦନ କ୍ଷମତାରେ ଆହୁରି ୫୦% ଅଭିବୃଦ୍ଧି ଘଟିବ। ସଂପ୍ରସାରଣ ପରେ ଏଠାରୁ ବାର୍ଷିକ ୧.୮ ଲକ୍ଷ କାର ଉତ୍ପାଦନ କରିବାକୁ ଲକ୍ଷ ରଖିଛି କଂପାନୀ।

ହୋଣ୍ଡା କାର ଇଣ୍ଡିଆର ବରିଷ୍ଠ ଭାଇସ୍ ପ୍ରେସିଡେଣ୍ଟ୍ ଓ ନିର୍ଦ୍ଦେଶକ ରମନ ଶର୍ମା କହିଛନ୍ତି ଯେ ଆସନ୍ତା ଜୁଲାଇ ମାସରେ ହୋଣ୍ଡା ଜାଜର ଥାର୍ଡ ଜେନେରେସନ୍ ମଡେଲକୁ ଲଞ୍ଚ୍ କରାଯିବ। ଏହି କାରକୁ ସଂପୂର୍ଣ୍ଣ ଭାବେ ଟାପୁକାରା ପ୍ଲାଣ୍ଟରେ ନିର୍ମାଣ କରାଯିବ। ବର୍ତ୍ତମାନ ଏହି ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୧.୨ ଲକ୍ଷ ଥିବା ବେଳେ ୨୦୧୬ ମଧ୍ୟଭାଗ ସୁଦ୍ଧା ଏହାକୁ ୧.୮ ଲକ୍ଷକୁ ବୃଦ୍ଧି କରାଯିବ।

ବର୍ତ୍ତମାନ କଂପାନୀର ଏହି ପ୍ଲାଣ୍ଟ ହୋଣ୍ଡା ସିଟି ଓ ହୋଣ୍ଡା ଆମାଜର ମଡେଲ ଉତ୍ପାଦନ କରାଯାଉଛି। ଗତ ଆର୍ଥିକ ବର୍ଷରେ କଂପାନୀର ଘରୋଇ ବିକ୍ରିରେ ୧୪% ଅଭିବୃଦ୍ଧି ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos