ମୁମ୍ବାଇ(ଓଡ଼ିଶା ରିପୋର୍ଟର) ବିମୁଦ୍ରାକରଣ ଭୂତ ଏଯାଏ ଛାଡ଼ିନି। କେନ୍ଦ୍ର ସରକାର ଭିତରେ ଭିତରେ ଖୋଳତାଡ଼୍ ଚଲାଇଛନ୍ତି। ନିକଟରେ ଅର୍ଥମନ୍ତ୍ରଣାଳୟ ଅନ୍ତର୍ଗତ ରାଜସ୍ଵ ବିଭାଗ ପାଖାପାଖି ୧୦ ହଜାର ଜମାକାରୀଙ୍କୁ ନୋଟିସ୍ ପଠାଇଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ। କାରଣ ଆଉ ସପ୍ତାହେ ୨ ସପ୍ତାହ ମଧ୍ୟରେ ନୋଟିସ୍ ସଂଖ୍ୟା ପୁଣି ବୃଦ୍ଧି ପାଇ ପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।
୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାର ବିମୁଦ୍ରାକରଣ ଘୋଷଣା କରି ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରିଥିଲେ। ଉକ୍ତ ସମୟରେ ଯେଉଁମାନଙ୍କ ଆକାଉଣ୍ଟରେ ଜମା ପରିମାଣ ଅସ୍ୱାଭାବିକ ଭାବେ ମାତ୍ରାଧିକ ବୃଦ୍ଧି ପାଇଥିଲା ସେମାନଙ୍କୁ ସରକାର ନଜରରେ ରଖିଛନ୍ତି।
ଏହି ସମୟରେ ଯେଉଁମାନେ ବେଆଇନ ଟଙ୍କା ଜମା କରିଛନ୍ତି, ସେମାନଙ୍କ ସବିଶେଷ ତଥ୍ୟ ରହିଛି। ଖାଲି ଆୟକର ବିଭାଗ ନୁହେଁ, ଏକାଧିକ ତଦନ୍ତକାରୀ ସଂସ୍ଥା ଏହି ତଥ୍ୟକୁ ବିଭିନ୍ନ ସମୟରେ ତର୍ଜମା କରିପାରିବେ ବୋଲି ଆଧିକାରୀ ଜଣକ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।