କଥା ଦେଇଥିଲେ, କଥା ରଖିଲେ

ନିର୍ବାଚନ ପାଇଁ ଟଙ୍କା ଉଡୁଛି। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଟଙ୍କା ଦେଇ ଭୋଟରଙ୍କୁ କିଣା ଯାଉଛି। ନିର୍ବାଚନ ପୂର୍ବରୁ ଏପରି ସ୍ଥିତି ଆମେ ଦେଖିଲେ। ଏ ସ୍ଥିତି ଆମକୁ ଏହି ସିଦ୍ଧାନ୍ତରେ ଉପନୀତ କରାଉଛି ଯେ, ଅର୍ଥ ନ ଥିଲେ ଯେ ରାଜନୀତିକୁ ଆସିବା ଅସମ୍ଭବ । ହେଲେ ଏ କଥାକୁ ମିଛ ପ୍ରମାଣିତ କରିଛନ୍ତି ଜଣେ ଦିନ ମଜୁରିଆ।