କେନ୍ଦୁଝର:୧୫ ହଜାର ଟଙ୍କା ଲାଞ୍ଚ ନେଇ ସର୍ବଶିକ୍ଷା ଅଭିଯାନର ଟେକ୍ନିକାଲ କନ୍ସଲଣ୍ଟାଣ୍ଟ ଗିରଫ

କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ସର୍ବଶିକ୍ଷା ଅଭିଯାନର ଟେକ୍ନିକାଲ କନ୍ସଲଣ୍ଟାଣ୍ଟ ସୁର୍ଦଶନ ନାଏକ। ଆଜି ଧୁରୁଡ଼ି ଆମ୍ୱ ୟୁଜି ୟୁପି ସ୍କୁଲର ୟୁସି ଦେବାପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପ୍ରଧାନଶିକ୍ଷକ ଶତ୍ରୁଘ୍ନ ପ୍ରଧାନଙ୍କୁ ୟୁସି ଦେବା ନିମନ୍ତେ ଟେକ୍ନିକାଲ କନ୍ସଲଣ୍ଟାଣ୍ଟ ସୁର୍ଦଶନ ନାଏକ ଲାଞ୍ଚ ମାଗିଥିଲେ। ୨୦୧୩-୧୪ ଆର୍ଥିକବର୍ଷରେ ଧୁରୁଡ଼ି ଆମ୍ୱ ୟୁଜି ୟୁପି ସ୍କୁଲରେ ୧ଲକ୍ଷ ୫୩ହଜାର ଟଙ୍କାରେ ୩ଟି ପାଇଖାନା […]

giraf

giraf

Rakesh Mallick
  • Published: Wednesday, 13 April 2016
  • Updated: 13 April 2016, 08:49 AM IST

Sports

Latest News

କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ସର୍ବଶିକ୍ଷା ଅଭିଯାନର ଟେକ୍ନିକାଲ କନ୍ସଲଣ୍ଟାଣ୍ଟ ସୁର୍ଦଶନ ନାଏକ। ଆଜି ଧୁରୁଡ଼ି ଆମ୍ୱ ୟୁଜି ୟୁପି ସ୍କୁଲର ୟୁସି ଦେବାପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପ୍ରଧାନଶିକ୍ଷକ ଶତ୍ରୁଘ୍ନ ପ୍ରଧାନଙ୍କୁ ୟୁସି ଦେବା ନିମନ୍ତେ ଟେକ୍ନିକାଲ କନ୍ସଲଣ୍ଟାଣ୍ଟ ସୁର୍ଦଶନ ନାଏକ ଲାଞ୍ଚ ମାଗିଥିଲେ।

୨୦୧୩-୧୪ ଆର୍ଥିକବର୍ଷରେ ଧୁରୁଡ଼ି ଆମ୍ୱ ୟୁଜି ୟୁପି ସ୍କୁଲରେ ୧ଲକ୍ଷ ୫୩ହଜାର ଟଙ୍କାରେ ୩ଟି ପାଇଖାନା ନିର୍ମିତ ହୋଇଥିଲା । ୟୁସି ଦେବା ପାଇଁ ପୂର୍ବରୁ ସୁଦର୍ଶନ ୩୦ହଜାର ଟଙ୍କା ପ୍ରଧାନ ଶିକ୍ଷକଙ୍କୁ ମାଗିଥିଲେ। ସେ ପ୍ରଥମ ଦଫାରେ ଶତ୍ରୁଘ୍ନଙ୍କଠାରୁ ୧୫,୦୦୦ ଟଙ୍କା ନେଇଥିଲେ। ବାକି ୧୫,୦୦୦ ଟଙ୍କା ପାଇଁ ଶତ୍ରୁଘ୍ନଙ୍କ ପାଖରେ ଦାବି କରୁଥିଲେ।

ପ୍ରଧାନଶିକ୍ଷକ ଆଜି  ଉକ୍ତ ଟଙ୍କା ନେଇ ଶତ୍ରୁଘ୍ନଙ୍କ ଘରକୁ ଯାଇ ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲେ। ଏହାସହ ତାଙ୍କ ପାଖରୁ ରସାୟନ ବୋଳା ୧୫,୦୦୦ ଟଙ୍କା ଜବତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos