କଟକ: ବାଇକ୍‌ ଚୋର ଗ୍ୟାଙ୍ଗର ୩ ଗିରଫ; ୪୦ ବାଇକ୍‌ ଜବତ

କଟକ: କଟକରେ ଏକ ବଡଧରଣ ବାଇକ୍‌ ଚୋର ଗ୍ୟାଙ୍ଗକୁ ସୋମବାର ଧରିଛି ବାଦାମବାଡି ପୋଲିସ। ସେମାନେ ହେଲେ ଜଗତସିଂହପୁରର ଜିତୁ ଓରଫ ରମାକାନ୍ତ ମଣ୍ଡଳ ଓ ମାହାଙ୍ଗା ଅଞ୍ଚଳର ରାଜୁ ଓରଫ୍‌ ରାକେଶ ମହାପାତ୍ର ଓ ଏମାନଙ୍କଠାରୁ ଚୋରା ଗାଡି କିଣିଥିବା ଜଗସିଂହପୁରର ଦୀପୁ ଓରଫ୍ ସତ୍ୟବ୍ରତ ସାହୁ। ସେମାନଙ୍କଠାରୁ ୪୦ଟି ଚୋରା ବାଇକ୍‌ ଜବତ କରାଯାଇଛି। ଏହି ଗ୍ୟାଙ୍ଗର ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର୍‌ ଅଛନ୍ତି। ଏହି ଗ୍ୟାଙ୍ଗ କଟକ, ଯାଜପୁର, ଭୁବନେଶ୍ୱର ଓ କେନ୍ଦ୍ରାପଡା ଅଞ୍ଚଳରୁ ଗାଡି ଚୋରି କରିଥିବା ଜଣାପଡିଛି।