ଆନନ୍ଦପୁର: ଆନନ୍ଦପୁରର ବେଲବାହାଳି ଠାରେ ଶନିବାର ଜଣେ ଯୁବକର ଆକ୍ରମଣରେ ଜଣେ ଅନ୍ଧୁଣୀ ମହିଳା ଗୁରୁତର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ହୋଇଥିବା ମହିଳା ଜଣକ ହେଲେ ବେଲବାହାଳି ନିରଞ୍ଜନ ଦେହୁରୀଙ୍କ ଅନ୍ଧୁଣୀ ପତ୍ନୀ ଅଞ୍ଜନା ଦେହୁରୀ। ଆକ୍ରମଣ କରିଥିବା ଯୁବକ ଜଣକ ହେଲେ ସେହି ଗାଁର ତପୁନ ଦେହୁରୀ।
ମହିଳା ଜଣଙ୍କ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରିଥିବା ଅଞ୍ଜନାଙ୍କ ସ୍ୱାମୀ ନିରଞ୍ଜନ ଦାହୁରୀ ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି।
ଏନେଇ ଅଞ୍ଜନା କହିଛନ୍ତି,“ବେଲବାହାଳି ଗ୍ରାମର ତପୁନ ଦେହୁରୀ ମତେ ଘରୁ ଟାଣି ଆଣି ଇଟାରେ ମୁଣ୍ଡକୁ ମାଡ ମାରିଥିଲେ। ଇଟାରେ ମାଡ ହେବାରୁ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ମୁଁ ସେହିଠାରେ ଅଚେତ ହୋଇପଡିଥିଲି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।