କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଗଜପତି ଜିଲ୍ଲା ମୋହନା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଶିରୀଷ ସାହୁଙ୍କ ୧.୭୫ କୋଟି ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଜବତ କରିଛି। ତାଙ୍କ କ୍ୱାର୍ଟର୍ସ ଓ ଘରୁ ନଗଦ ୪ ଲକ୍ଷ ୮୦ ହଜାର ଟଙ୍କା ଏବଂ ୧କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୩ ମହଲା କୋଠା ମଧ୍ୟ ଠାବ ହୋଇଛି।
ଶିରୀଷ ମୋହନାରୁ ଆସୁଥିବା ବେଳେ ଭେଜିପୁଟ୍ ଟୋଲଗେଟ୍ରେ ତାଙ୍କ କାର୍ରୁ ୧,୫୫,୦୦୦ ଟଙ୍କା ଜବତ କରାଯାଇଥିଲା। ସେ ଏହି ଟଙ୍କାର ହିସାବ ଦେଇପାରି ନ ଥିଲେ। ଫଳରେ ଗତ ୯ ତାରିଖରେ ଶିରୀଷ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ପାରଳାଖେମୁଣ୍ଡି ଭିଜିଲାନ୍ସ ଡିଏସ୍ପିଙ୍କ ନେତୃତ୍ୱରେ ୧୫ ଜଣିଆ ଭିଜିଲାନ୍ସ ଟିମ୍ ଶିରୀଷଙ୍କ କଟକ ସ୍ଥିତ ରାଣୀହାଟ ଓ ସିଡିଏ ସେକ୍ଟର-୧୦ ବାସଭବନରେ ଚଢାଉ ଜାରି ରଖିଥିଲା।
ରାଣୀହାଟ ଘରୁ ସୁନାଗହଣା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା। ସେହିପରି ସେକ୍ଟର -୧୦ ବାସଭବନର ଆନୁମାନିକ ମୂଲ୍ୟ ୯୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ଡିଏସ୍ପି କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।