ଭୁବନେଶ୍ୱର: ଗୋ-ଚାଲାଣ ବେଳେ ୧୧ ଗିରଫ

ଭୁବନେଶ୍ୱର: କଟକ-ପୁରୀ ବାଇପାସ୍ ରାସ୍ତାର ପାଣ୍ଡ୍ରା ନିକଟରେ ଗୋ-ଚାଲାଣ ବେଳେ କମିଶନରେଟ୍ ପୋଲିସ୍ ୫ଟି ଟ୍ରକ ଜବତ କରିବା ସହିତ ୧୧ ଜଣଙ୍କୁ ଗିରଫ କରିଛି। ୧୫୦ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଗୋରୁ ଗୁଡ଼ିକୁ ଟ୍ରକରେ ପୁରୀରୁ କଟକ ନିଆଯାଉଥିଲା। କଟକରୁ  ସେଗୁଡ଼ିକୁ ବାହାର ରାଜ୍ୟକୁ ଚାଲାଣ କରାଯାଇଥାଆନ୍ତା ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।