ଭୁବନେଶ୍ୱର: ସେକ୍ସ ରାକେଟରେ ଋଷୀୟ ଯୁବତୀ ଅଟକ

ଭୁବନେଶ୍ୱର: ଭୁବନେଶ୍ୱରରେ ସେକ୍ସ ରାକେଟ କିଛି ନୂଆ କଥା ନୁହେଁ, କିନ୍ତୁ ପ୍ରଥମ ଥର ପାଇଁ ଏଭଳି ରାକେଟରେ ଜଣେ ବିଦେଶିନୀଙ୍କ ସଂପୃକ୍ତ ସାମନାକୁ ଆସିଛି। ଭୁବନେଶ୍ୱର ପଟିଆ ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ଆଜି ଜଣେ ଯୁବକଙ୍କ ସହ ଜଣେ ବିଦେଶିନୀ ଧରାପଡ଼ିଛନ୍ତି। ତାଙ୍କ ଘର ଋଷିଆର ବୋଲି ଜଣାପଡ଼ିଛି। ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଏଇ ବିଦେଶିନୀ କଲଗାର୍ଲ କୋଲକାତାରୁ ଭୁବନେଶ୍ୱର ଆସିଥିବା ଜଣାପଡ଼ିଛି। ବିଦେଶିନୀ ଜଣଙ୍କ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ଥାନା ଅଧିନରେ ଥିବା ଏକ ଆପାର୍ଟମେଣ୍ଟର ଫ୍ଲାଟରେ ରହୁଥିଲେ। ବିଦେଶିନୀଙ୍କ ପାସପୋର୍ଟ କିମ୍ବା ଭିସା ମିଳି ନଥିବା ପୋଲିସ୍ ପକ୍ଷରୁ ଜଣାପଡିଛି।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, “ଏହା ପଛରେ ଆନ୍ତଃରାଜ୍ୟ ସେକ୍ସ ରାକେଟ କାମ କରୁଛି। ଦେଶ ତଥା ଦେଶ ବାହାର ଝିଅମାନେ ଏହି ରାକେଟରେ ସଦସ୍ୟ ହୋଇଥାଇପାରନ୍ତି। ଯାହାମାଧ୍ୟମରେ ବିଦେଶିନୀଙ୍କୁ ଭୁବନେଶ୍ୱର ଅଣାଯାଇଛି ତାକୁ ଧରିବାକୁ  ପୋଲିସ୍ ତନାଘନା ଆରମ୍ଭ କରିଛି।”

ସୋସାଇଟିର କାର୍ଯ୍ୟକାରୀ ସଦସ୍ୟ ସ୍ୱରୂପ ମହାନ୍ତି କହିଛନ୍ତି, “ଗତକାଲି ଏମାନେ  ଘର ଖୋଜିବାକୁ ଆସିଥିଲେ।  ରଙ୍ଗ କାମ ଚାଲିଥିବା ଏକ     ଆପାର୍ଟମେଣ୍ଟରେ ଗୋଟିଏ ରାତିରେ ରହିଥିଲେ।  ସୋସାଇଟ ପକ୍ଷରୁ ଏହି ବିଷୟରେ ପୋଲିସକୁ ଖବର ଦିଆଯାଇଥିଲା।”